୪ସନ୍ତାନର ଜନନୀକୁ ନେଇ ୩ସନ୍ତାନର ଜନକ ଫେରାର, ଥାନାରେ ଅଭିଯୋଗ ଆଣିଲେ ସ୍ୱାମୀ 

୪ସନ୍ତାନର ଜନନୀକୁ ନେଇ ୩ସନ୍ତାନର ଜନକ ଫେରାର, ଥାନାରେ ଅଭିଯୋଗ ଆଣିଲେ ସ୍ୱାମୀ 

ରା.ଉଦୟଗିରି: ରାମଗିରି ଥାନା ଅଞ୍ଚଳସ୍ଥ ପରିସଲ ପଞ୍ଚାୟତର ସିନ୍ଧବା ଗ୍ରାମରେ ଜଣେ ବିବାହିତା ସ୍ତ୍ରୀକୁ ଆଉ ଜଣେ ବିବାହିତ ପୁରୁଷ ଧରି ଫେରାର ହୋଇଯିବା ଘଟଣା ଅଞ୍ଚଳରେ ଆଲୋଚନାର ଖୋରାକ ଯୋଗାଇଛି। ଘଟଣା ମୁତାବକ ସିନ୍ଧବା ଗ୍ରାମର ଲକ୍ଷ୍ମୀକାନ୍ତ ରଇତ ୧୭ବର୍ଷ ତଳେ ନମିତା ରଇତଙ୍କୁ ବିବାହ କରିଥିଲେ। ଏତିକି ସମୟ ମଧ୍ୟରେ ୩ଟି କନ୍ୟା ସନ୍ତାନ ଓ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ନେଇଥିଲେ।

ତେବେ ଅଚାନକ ଗଲା ଦେଢ଼ ମାସ ତଳେ (ମେ ମାସ ୧୭ତାରିଖ ଦିନ) ସେହି ଗ୍ରାମର ସାରଥୀ ନାୟକ ନମିତାକୁ ଧରି କେଉଁଆଡେ ଫେରାର ହୋଇଗଲା ଏହି କଥା ଦେଢ଼ମାସ ତଳେ ଲକ୍ଷ୍ମୀକାନ୍ତ ରାମଗିରି ଥାନାରେ ଏତଲା ମଧ୍ୟ ଦେଇଥିବା କଥା କହିଛି। ଏହି ଦେଢ଼ମାସ ମଧ୍ୟରେ ଲକ୍ଷ୍ମୀକାନ୍ତର ସ୍ତ୍ରୀ ନଫେରିବା ଦେଖି ଆଜି ପୁନର୍ବାର ଲକ୍ଷ୍ମୀକାନ୍ତ ତା ପତ୍ନୀକୁ ଫେରାଇ ଆଣିବା ପାଇଁ ରାଜ୍ୟ ପୁଲିସ ଡିଜି, ବ୍ରହ୍ମପୁର ପୁଲିସ ଡ଼ିଆଇଜି ଓ ଗଜପତି ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତାକାରେ ନିବେଦନ କରିଛି।

ବର୍ତ୍ତମାନ ଉଭୟ ଫେରାର ପ୍ରେମୀ ରାଜସ୍ଥାନ ଚାଲିଯାଇଥିବା ରାମଗିରି ପୁଲିସ କହିଛି। ଏଠାରେ ସୂଚନାଯୋଗ୍ୟ ଯେ ନମିତା ନିଜର ୩ଟି କନ୍ୟା ଓ ଗୋଟିଏ ପୁତ୍ର ସନ୍ତାନକୁ ଛାଡି ଯାଇଥିବାବେଲେ ସାରଥୀ ନିଜର ୩ଟି ପୁତ୍ର ସନ୍ତାନଙ୍କୁ ଛାଡି ଫେରାର ହୋଇଯାଇଛି। ଘଟଣାର ଦେଢ଼ମାସ ବିତିଯାଇଥିଲେ ମଧ୍ୟ ଲକ୍ଷ୍ମୀକାନ୍ତ ନିଜ ପିଲାଛୁଆଙ୍କୁ ଧରି ଅନେଇ ବସିଛି ନମିତାର ଫେରିବା ବାଟକୁ। ରାମଗିରି ପୁଲିସ ପୀଡିତ ପରିବାରକୁ କିଭଳି ସାହାଯ୍ୟ କରୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe