ଏକ ତରଫା ପ୍ରେମ କରି ବିଫଳ; ଯୁବତୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ

Advertisment
ଏକ ତରଫା ପ୍ରେମ କରି ବିଫଳ; ଯୁବତୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ

ପାଲଲହଡ଼ା: ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରି ବିବାହ ପ୍ରସ୍ତାବ ନେଇ ବିଫଳ ହେବା ପରେ ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ ଉଦ୍ୟମ ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ପୁରୀ ଜିଲ୍ଲା ସଦର ଥାନା ବାଲୁଗାଁର ହୁଣ୍ଡା ଅଭିମନ୍ୟୁ ସାହୁଙ୍କ ପୁଅ ବିଦ୍ୟାଧର ସାହୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଂଚଳର ଜଣେ ଯୁବତୀଙ୍କୁ ଏକତରଫା ଭଲ ପାଉଥିଲା। ପ୍ରେମ କରି ବିଦ୍ୟାଧର ପୀଡ଼ିତାଙ୍କ ବାପା-ମା’ଙ୍କ ପାଖକୁ ବିବାହ ପ୍ରସ୍ତାବ ନେଇ ଆସିଥିଲା

ଆମେ ବିବାହ ପ୍ରସବକୁ ପ୍ରତ୍ୟାଖାନ କରି ଦେଇଥିଲୁ ବୋଲି ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ଆଜି ଦିନ ୧୧ଟାରେ ବିଦ୍ୟାଧର ସାହୁ ଆମ ଘରକୁ ଆସି ମୋତେ ଧମକ ଦେଇ ପାଟି କରି କହିଲା ତୋ ଝିଅକୁ କୋଉଠି ଲୁଚାଇ ରଖିଛୁ ଦେଖାଅ ଏବଂ ମୋ ପାଖକୁ ଆଣିଦିଅ। ନଚେତ ତୁମକୁ ହତ୍ୟା କରିବି କହି ହଠାତ ମାଡ଼ ମାରିବାକୁ ଉଦ୍ୟମ କରିଥିଲା।

ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁସାରେ ତାଙ୍କର ଚିତ୍କାର ଶବ୍ଦ ଶୁଣି ତାଙ୍କର ସ୍ୱାମୀ ଦୌଡ଼ି ଆସିଲେ। ଆମ ୨ ଜଣକୁ ଦେଖି ବିଦ୍ୟାଧର ଆମ ଘର ଭିତରକୁ ପଶିଗଲା। ଘର ଭିତରୁ ମୋ ଝିଅକୁ ଉଠାଇ ଆଣି ବାହାରକୁ ନେଇ ଯିବାକୁ ଉଦ୍ୟତ ହେଲା। ଆମେ ୨ ଜଣ ତା କବଳରୁ ଝିଅକୁ ଛଡାଇ ଆଣିଲୁ। ଭୀଷଣ ପାଟି ତୁଣ୍ଡ ଭିତରେ ଗାଁ ଲୋକ ଆସି ଘଟଣାସ୍ଥଳରେ ପହଞ୍ଚିଲେ। ଗାଁ ଲୋକଙ୍କ ସହାୟତାରେ ଆମେ ପାଲଲହଡ଼ା ଥାନାକୁ ଆଣିଲୁ। ତାକୁ ଧରି ଥାନାକୁ ଆସିବା ଭିତରେ ବିଦ୍ୟାଧର ପାଟି କରି ଧମକ ଦେଉଥାଏ।

ପାଲଲହଡ଼ା ଥାନା ଆଇଆଇସି କିଶୋର କୁମାର ସାମଲ ଏତଲାକୁ ଗ୍ରହଣ କରି ବିଦ୍ୟାଧର ସାହୁ ନାଁରେ ଏକ ମାମଲା ରୁଜୁ କରି ଯୁବକକୁ ଗିରଫ କରିଛନ୍ତି। ମହିଳା ପୁଲିସ ସବ୍‌ ଇନ୍‌ସପେକ୍ଟର କୁମୁଦିନୀ ଷଣ୍ଢ ତଦନ୍ତ ଦାୟିତ୍ୱ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe