ରାତ୍ରିକାଳୀନ ମାଙ୍କଡ଼ ଶିକାର: ୧୧ କିଲୋ ମାଂସ ନେଇ ଘରକୁ ଆସୁଥିଲା ଶିକାରୀ, ଗିରଫ କଲା ବନ ବିଭାଗ

Advertisment
ରାତ୍ରିକାଳୀନ ମାଙ୍କଡ଼ ଶିକାର: ୧୧ କିଲୋ ମାଂସ ନେଇ ଘରକୁ ଆସୁଥିଲା ଶିକାରୀ, ଗିରଫ କଲା ବନ ବିଭାଗ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଳ ରେଞ୍ଜ ଅଞ୍ଚଳରେ ନିୟମିତ ବନ୍ୟଜନ୍ତୁଙ୍କ ଶିକାର ଚାଲିଛି। ମଙ୍ଗଳବାର ରାତିରେ ବନ ବିଭାଗ କର୍ମଚାରୀ ଜଣେ ଶିକାରୀକୁ ଗିରଫ କରିବା ସହିତ ତା ନିକଟରୁ ପ୍ରାୟ ୧୧ କିଲୋ ମାଙ୍କଡ଼ ମାଂସ ଜବତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲା ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନର୍ନ୍ତଗତ ବନ୍ଧାବଭୂଇଁ ଗ୍ରାମର ସମ୍ବରା ମୁଣ୍ଡା (୪୫)।

ସମ୍ବରା ରାତିରେ ମାଙ୍କଡ଼ଙ୍କ ସମେତ ଅନ୍ୟ ବନ୍ୟ ଜନ୍ତୁଙ୍କ ଶିକାର କରେ। ମଙ୍ଗଳବାର ରାତିରେ ସମ୍ବରା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଦୁଇଟି ମାଙ୍କଡ଼ ଶିକାର କରି ଘରକୁ ଫେରୁଥିଲା। କୌଣସି ସୂତ୍ରରୁ ଖବରପାଇ ଏହି ରେଂଜ ଅନ୍ତର୍ଗତ ଧଉରାଖମନ ରାସ୍ତାରେ ଚଢ଼ାଉ କରି ବନ ବିଭାଗ କର୍ମଚାରୀ ସମ୍ବରାକୁ ଗିରଫ କରିଥିଲେ। ତା’ ନିକଟରୁ ୨ଟି ମାଙ୍କଡ଼ଙ୍କ ମାଂସ ଜବତ କରାଯାଇଛି। ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଛି।

ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ମାଙ୍କଡ଼ ମାଂସକୁ ଗାତ ଖୋଳି ପୋତି ଦିଆଯାଇଛି। ପ୍ରକାଶ ଥାଉକି ଏହି ରେଂଜ ଅନ୍ତର୍ଗତ ଚୁଡ଼ାପୁଡ଼ୁଗ ଗ୍ରାମରୁ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଗତ ମଙ୍ଗଳବାର ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହିତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe