୫୫ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ନେଇ ଜଳେଶ୍ବର ଯାଉଥିଲେ ବ୍ୟବସାୟୀ, ମଝିରାସ୍ତାରେ କାବୁ କଲା ଅବକାରୀ ବିଭାଗ

Advertisment
୫୫ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ନେଇ ଜଳେଶ୍ବର ଯାଉଥିଲେ ବ୍ୟବସାୟୀ, ମଝିରାସ୍ତାରେ କାବୁ କଲା ଅବକାରୀ ବିଭାଗ

ବାଲେଶ୍ବର: ୫୫ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ନେଇ ଜଳେଶ୍ବର ଯାଉଥିବା ବେଳେ ମଝିରାସ୍ତାରେ ଅବକାରୀ ବିଭାଗ ଜଣେ ବ୍ୟବସାୟୀକୁ ଗିରଫ କରିଥିବା ସୂଚନା ମିଳିଛି।  ଅବକାରୀ ଡେପୁଟି କମିସନର ତଥା ଜିଲ୍ଲା ଭାରପ୍ରାପ୍ତ ଅବକାରୀ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ଶତପଥୀଙ୍କ ନିର୍ଦେଶ କ୍ରମେ ବାଲେଶ୍ବର ଜିଲ୍ଲା ଭୋଗରାଇ ଅବକାରୀ ଅଧିକାରୀ ଓ ଟିମ ପକ୍ଷରୁ ଚଢ଼ଉ କରାଯାଇ ୫୫୦ ଗ୍ରାମ ବ୍ରାଉନ୍‌ ସୁଗାର ଜବତ ସହ ବ୍ୟବସାୟୀକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ପଶ୍ଚିମବଙ୍ଗ ରାଜ୍ୟ ବୀରଭୂମ ଜିଲ୍ଲା ଅଧିନ ଭାଗାଇଲ ଗ୍ରାମର ମଇନୁଦ୍ଦୀନ ସେଖ(୪୬)।

ସୂଚନା ଅନୁସାରେ ମଇନୁଦ୍ଦୀନ ମୁର୍ଶିଦାବାଦରୁ ବ୍ରାଉନସୁଗର ନେଇ ଜଳେଶ୍ବର ଆସିବାର ବିଶ୍ବସ୍ତ ସୂଚନା ପାଇ ଡେପୁଟି କମିସନର ଶ୍ରୀ ଶତପଥୀ ଭୋଗରାଇ ଅବକାରୀ ବିଭାଗକୁ ଆଲର୍ଟ କରିଥିଲେ। ଅଧିକାରୀ ଦେବେନ୍ଦ୍ର ବେହେରା ଏହା ଉପରେ ନଜର ରଖି ତାଳସାରୀ ଥାନା ଅଞ୍ଚଳରେ ଚନ୍ଦନେଶ୍ବର ଦୀଘା ରାସ୍ତାରୁ ବ୍ରାଉନସୁଗର ବ୍ୟବସାୟୀକୁ କାବୁ କରି ବ୍ରାଉନସୁଗର ଜବତ କରିଥିଲେ। ଜବତ ବ୍ରାଉନସୁଗରର ମୂଲ୍ୟ ୫୫ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏ ବାବଦରେ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe