www.jagran.com
ବାରିପଦା: ଲଭ୍, ସେକ୍ସ ଏଣ୍ଡ ଧୋକା। ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏପରି ଘଟଣା। ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ଏବଂ ବିବାହ ପାଇଁ କହିବାରୁ ପ୍ରତାରଣା। ଆଜି ବାରିପଦା ଟାଉନ୍ ଥାନାରେ ଏପରି ଅଭିଯୋଗ ଆଣିଥିଲେ ଜଣେ ଯୁବତୀ। ଅଭିଯୋଗକୁ ଆଧାର କରି ଟାଉନ୍ ଥାନା ପୁଲିସ୍ ଅଭିଯୁକ୍ତ ଯୁବକ ଚାନ୍ଦୁଆ ଥାନା ଅନ୍ତର୍ଗତ ସାନନୁଆଗାଁ ଅଞ୍ଚଳର ଅବନୀ ଘୋଷ(୨୧)କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ପିଡ଼ୀତାଙ୍କ ଘର ଅଞ୍ଚଳରେ ଥିବା ନିଜ ସମ୍ପର୍କୀୟ ଘରକୁ ଯିବାଆସିବା ବେଳେ ପ୍ରାୟ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ପିଡ଼ୀତା ଜଣଙ୍କ ଏହି ସମ୍ପର୍କ କାରଣରୁ ଗର୍ଭବତୀ ମଧ୍ୟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ବିବାହ ପାଇଁ କହିବାରୁ ଯୁବକ ଜଣଙ୍କ ମନା କରିଥିଲେ।
Follow Us