Image Courtesy of India Today
କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁସାରେ, କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକା ସହ କୋକସରା ଥାନା କୁସୁମଖୁଣ୍ଟି ଗ୍ରାମର ତୁଳାରାମ ବେହେରାଙ୍କ ପ୍ରେମ ସଂପର୍କ ହୋଇଥିଲା। ତୁଳାରାମ ବିବାହ ପ୍ରତିଶ୍ରୁତି ନାବାଳିକା ସହ ଶାରୀରିକ ସଂପର୍କ ରଖିଥିଲା। ପରବର୍ତ୍ତୀ ସମୟରେ ତୁଳାରାମ ନାବାଳିକାଙ୍କ ସହ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିଲା। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ମଙ୍ଗଳବାର କଲମପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ତୁଳାରାମକୁ ଗିରଫ କରିଥିବା ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ବାଳ ପ୍ରକାଶ କରିଛନ୍ତି। ବୁଧବାର ଯୁବକକୁ କୋର୍ଟ ଚାଲାଣ କରାଯିବା ସହ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା।
Follow Us