ଝିଅକୁ ଦୁଷ୍କର୍ମ; ପୁଅର ଏତଲା ପରେ ଗିରଫ ହେଲା ପିଶାଚ ବାପ

Advertisment
ଝିଅକୁ ଦୁଷ୍କର୍ମ; ପୁଅର ଏତଲା ପରେ ଗିରଫ ହେଲା ପିଶାଚ ବାପ

ମାଲକାନଗିରି: ଲଜ୍ଜାର ସୀମା ଟପିଛି। ମନୁଷ୍ୟ ନିଜର ମୂଲ୍ୟବୋଧକୁ ହୃଦୟଙ୍ଗମ କରିପାରୁ ନାହିଁ। ଏପରିକି ଜନ୍ମଦାତା ପିତା ମଧ୍ୟ ସଂପର୍କ ଭୁଲିଯାଇ ଝିଅକୁ ଦୁଷ୍କର୍ମ କରିବାକୁ ପଛାଉ ନାହିଁ। ମାଲକାନଗିରି ଥାନା ଅଂଚଳରେ ଏଭଳି ଏକ ଅଭାବନୀୟ ଅବିଶ୍ୱାସନୀୟ ଘଟଣା ଘଟିଛି। ଇଜ୍ଜତକୁ ପଛରେ ପକାଇ ବାପ ନିଜର ଝିଅ ସହିତ ପାପ ସଂପର୍କ ସ୍ଥାପନ କରିଛି।

ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଅଭିଯୁକ୍ତ ବାପା ନିଜ ଝିଅକୁ ବାରମ୍ବାର ଦୁଷ୍କର୍ମ କରି ତାକୁ ଗର୍ଭବତୀ କରିବା ସହ ଗର୍ଭପାତ ମଧ୍ୟ କରାଇଥିଲା। ଏନେଇ ପରିବାର ଲୋକେ ଜାଣିବା ପରେ ଏଥିରୁ ନିବୃତ ରହିବା ପାଇଁ ବାପାଙ୍କୁ କହିବା ସହ ଏଭଳି ଜଘନ୍ୟ କାମ କିପରି କଲେ ବୋଲି ପଚାରିବାରୁ ଅଭିଯୁକ୍ତ ପୁଅ ଓ ପତ୍ନୀକୁ ନିର୍ଦ୍ଧୁମ ପିଟିଥିଲା। ମଦ ପିଇଦେଇ ସମସ୍ତଙ୍କୁ ଆକ୍ରମଣ କରିବା ପରେ ପୁଅ ଭୟରେ ମାଲକାନଗିରି ଥାନାରେ ବାପାଙ୍କ ନାମରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଅଭିଯୁକ୍ତକୁ ଗିରଫ କରି କରି ତଦନ୍ତ ଆରମ୍ଭ କରିଛନ୍ତି। ଝିଅର ଡାକ୍ତରୀ ମାଇନା କରିବା ସହ ଏହି ଘଟଣା ସ୍ପର୍ଶକାତର ହୋଇଥିବାରୁ ଏହାର ଟିକିନିଖି ତଦନ୍ତ କରାଯାଉଥିବା ନେଇ ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି ଅଭିଯୁକ୍ତ ନିଜ ଝିଅର ବାହାଘର ସ୍ଥାନୀୟ ଅଂଚଳର ଜଣେ ଯୁବକ ସହ କରିଥିଲା। ସେହି ଯୁବକ ମାନସିକ ଅଗ୍ରସର ରହିବା ସହ କାମଧନ୍ଦା କରୁନଥିଲେ। ଝିଅ ମଧ୍ୟ ମାନସିକ ଅଗ୍ରସର ବୋଲି ଜଣାପଡିଛି। ତେବେ ଝିଅକୁ ସେଠାରୁ ନେଇ ଆସି ନିଜ ଘରେ ରଖିଥିଲା ଅଭିଯୁକ୍ତ ବାପା। ତେବେ ରାତିରେ ମଦ ପିଇଦେଇ ଆସିବା ପରେ ନିଜ ଝିଅକୁ ଦୁଷ୍କର୍ମ କରି ଚାଲିଲା। ଝିଅ ମାନସିକ ଅନଗ୍ରସର ରହିବା ସହ ବାପାର ଭୟରେ କାହାକୁ କିଛି କହିନଥିଲା। ପରେ ଝିଅ ୬ ମାସର ଗର୍ଭବତୀ ହେବା ପରେ ପରିବାର ଲୋକେ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ। ତେବେ ଏହା କାହାର ପାପ ବୋଲି ଝିଅକୁ ମାରଧର କରିବା ପରେ ସେ ବାପାର ନାମ କହିଥିଲା। ପିଶାଚ ବାପା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକେ ଆଜି ପୁଲିସ ଥାନାରେ ଦ୍ଵାରସ୍ଥ ହୋଇ ଅନୁରୋଧ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe