ନବରଙ୍ଗପୁର: ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଗାଈ ଚରାଇବା ହେଲା କାଳ, ଭାଲୁ ଆକ୍ରମଣରେ ନାବାଳକଙ୍କ ଜୀବନ ଗଲା

Representative Image

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ପଞ୍ଚାୟତର ସମ୍ବଲପୁର ଗ୍ରାମର ରତୁ ଗଣ୍ଡ (୫୫) ନାମକ ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରିଛି। ଗୁରୁତର ରତୁଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାଇ ରତୁ ଗଣ୍ଡ ନିଜ ପରିବାରର କିଛି ସଦସ୍ୟଙ୍କୁ ଛାଡି ସେଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ସୀମାନ୍ତ ଜଙ୍ଗଲରେ ଗଛ କାଟି ଚାଷବାସ କରୁଥିବା ସହିତ ଏକ କୁଡ଼ିଆ କରି ରହୁଥିଲେ। ସାଥିରେ ନିଜ ପତ୍ନୀ ଓ କେତେ ଜଣ ସମ୍ପର୍କୀୟ ମଧ୍ୟ ରହି ଚାଷ କାମରେ ସହଯୋଗ କରୁଥିଲେ। ସେମାନେ ରହୁଥିବା ସ୍ଥାନକୁ ଲାଗି ରହିଛି ଘଞ୍ଚ ଜଂଗଲ।

ଗତକାଲି ସନ୍ଧ୍ୟା ପ୍ରାୟ ୬ଟାରେ ନିଜ ଚାଷ ଜମିରେ କାମ କରୁଥିବା ସମୟରେ ହଠାତ୍‌ ଏକ ଭାଲୁ ଜଂଗଲ ଆଡ଼ୁ ଆସି ରତୁ ଗଣ୍ଡଙ୍କୁ ଆକ୍ରମଣ କରିଥିଲା। ଫଳରେ ରତୁଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଗଭୀର ଆଘାତ ହେବା ଫଳରେ ସେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ।

ତେବେ ପରିବାର ଲୋକେ ରତୁଙ୍କୁ ପ୍ରଥମେ ହାଟଭରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ରତୁ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ସେଠାରୁ କୋରାପୁଟ ମେଡିକାଲ କଲେଜକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରିଥିଲେ। ଅପରପକ୍ଷରେ ସ୍ଥାନୀୟ ରେଞ୍ଜର ଖଗେଶ୍ୱର ପୂଜାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଫେରିଛନ୍ତି ବୋଲି ପ୍ରକାଶ କରିଥିଲେ। ବନ୍ୟଜନ୍ତୁଙ୍କ ଆକ୍ରମଣରେ ଆହତ ବ୍ୟକ୍ତିଙ୍କୁ ଦୁଇ ଲକ୍ଷ ଟଙ୍କା ଏବଂ ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବାରେ ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe