ପୁରୀରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି

ପୁରୀରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି

ପୁରୀ: କୁମ୍ଭାରପଡ଼ା ଥାନା ରେଡକ୍ରସ୍‌ ‌ରୋଡ଼ରେ ବୁଧବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ଉପରକୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସ୍ଥାନୀୟ ଅଞ୍ଚଳର ସୋମନାଥ ଓରଫ କପ ସାହୁଙ୍କ ଉପରକୁ ଏହି ଆକ୍ରମଣ ହୋଇଛି।

ସୂଚନା ଅନୁସାରେ କପ ସାହୁ ନିଜ ଘର ପାଖରେ ଥିବା ଦୋକାନରେ ବସିଥିଲେ। ଏହି ସମୟରେ ପ୍ରାୟ ୪ ଜଣ ଦୁର୍ବୃତ୍ତ ଅଚାନକ ପହଞ୍ଚି ଥିଲେ। ସେମାନେ କପ ସାହୁଙ୍କୁ ଆକ୍ରମଣ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଛାନ୍‌ଭିନ୍‌ କରୁଛି। ପୁଲିସ କହିଛି, ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ତେବେ କପ ସାହୁଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe