ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୁରାଢ଼ୀରେ ଆକ୍ରମଣ, ଅଭିଯୁକ୍ତ ଫେରାର

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଲାତୁରପେଟ ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଠାରେ ଏକ କୁରାଢ଼ୀରେ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ଲାତୁରପେଟ ଗ୍ରାମରେ ବୈରାଗୀ ବାଙ୍କ ଓ ନରସିଂହ ପଟେଲ ଦୁଇ ପରିବାର ମଧ୍ୟରେ ଆଗରୁ ଗଣ୍ଡଗୋଳ ହୋଇଥିଲା। ଗାଁ ପଞ୍ଚାୟତରେ ସମାସ୍ୟାର ସମାଧାନ ହୋଇଥିଲା। ସମାଧାନ ପରେ କିଛି ଦିନ ଠିକ୍‌ ଠାକ୍‌ ଥିଲା । ଆଜି ହଠାତ୍‌ ଅଭିଯୁକ୍ତ ବୈରାଗୀ ବାଙ୍କ (୪୨)ଏକ ଧାରୁଆ କୁରାଢ଼ୀରେ ଆଣି ନରସିଂହ ପଟେଲ (୬୨) ଆକ୍ରମଣ କରିଥିଲା। ନରସିଂହ ଜୀବନ ବଞ୍ଚାଇଥିବା ପାଇଁ କୁରାଢ଼ୀକୁ ହାତରେ ଧରି ଦେବାରୁ ତାର ଡାହାଣ ହାତ ପାପୁଲିରେ ଗଭୀର କ୍ଷତ ହୋଇଛି। ଏହାସହିତ କାନରେ ମଧ୍ୟ ଗତିର କ୍ଷତ ହୋଇଛି।

ଘଟଣାସ୍ଥଳରୁ କୁରାଢ଼ୀ ଧରି ଫେରାର ହୋଇଛି ଅଭିଯୁକ୍ତ ବୈରାଗୀ ବାଙ୍କ। ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ନରସିଂହକୁ ବୀରମହାରାଜପୁର ଡାକ୍ତର ଖାନାକୁ ନେଇଥିଲେ ପରିବାର ଲୋକେ। ଖବର ପାଇ ବୀରମହାରାଜପୁର ଥାନା ଇନ୍‌ସପେକ୍ଟର ସୁଦର୍ଶନ ଦେହୁରୀ ଓ ଏଏସ୍‌ଆଇ ସାରଥୀ କଲେତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତ। ନରସିଂହର ଲିଖିତ ଅଭିଯୋଗକୁ ଆଧାର କରି ମାମଲା ରୁଜୁ ହୋଇଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe