ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କଲା ଯୁବକ

ଗାଁ ଛକରେ ଜେଲ୍‌ ଫେରନ୍ତାଙ୍କୁ ଦୁଇ ଭାଇ ହାଣିଦେଲେ

DNA India

ନୟାଗଡ: ଶରଣକୁଳ ଥାନା ଅନ୍ତର୍ଗତ ଗୋଡିପଡାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଦେଇଛି ଜଣେ ଯୁବକ। ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିବା ପରେ ଅଭିଯୁକ୍ତ ଯୁବକ ନିଜର ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛି। ଉଭୟଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଳୁପାଟଣା ପୁରୀ

ସୂଚନା ଅନୁସାରେ ଆଜି ଅପରାହ୍ଣ ୪ଟାରେ ଗୋଡ଼ିପଡ଼ାର ସର୍ଦ୍ଦାର ପଟେଲ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଲିଲିମା ବେହେରାଙ୍କଙ୍କ ତଣ୍ଟି କାଟିଲା ଯୁବକ। ଲିଲିମାଙ୍କ ଘର ପୁରୀ ଜିଲ୍ଲାର ଆଳୁପାଟଣା ହୋଇଥିବା ବେଳେ ସେ ନୟାଗଡ଼ରେ ୮ ବର୍ଷ ହେବ ଚାକିରି କରୁଥିଲେ। ଲିଲିମାଙ୍କ ତଣ୍ଟି କାଟିବା ପରେ ଯୁବକ ନିଜ ତଣ୍ଟି ବି କାଟିଛି। ସ୍ଥାନୀୟ ଲୋକେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe