ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ଓଡ଼ିଆପଲ୍ଲୀ ଗାଁର ନିଜ ଖୁଡ଼ି ସୌଦାମିନୀ ଖନ୍ଦଙ୍କୁ ଟାଙ୍ଗୀଆରେ ହାଣି ହତ୍ୟା କରିବା ଅଭିଯୋଗରେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସୌମେନ୍ଦ୍ର କୁମାର ରାଜଗୁରୁ ଅଭିଯୁକ୍ତ ପୁତୁରା ସୁରଥ ଖନ୍ଦଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଆହୁରି ୧ ବର୍ଷ ସଶ୍ରମ କାରାଦଣ୍ଡ ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମିଳଥିବା ସୂଚନା ଅନୁଯାୟୀ, ୨୦୧୫ ମସିହା ଜୁନ ମାସ ୪ ତାରିଖ ଦିନ ଗୋବିନ୍ଦ ଖନ୍ଦଙ୍କ ପତ୍ନୀ ସୌଦାମିନୀ ଖନ୍ଦ(୩୫ ବର୍ଷ) ଗାଧେଇ ଫେରୁଥିବା ବେଳେ ପୁତୁରା ସୁରଥ ଖନ୍ଦ ଏକ ଟାଙ୍ଗିଆ ନେଇ ତାଙ୍କ ବେକକୁ ଏକ ଚୋଟ ପକାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସୌଦାମିନି ମତ୍ୟୁବରଣ କରିଥିଲେ। ଏ ନେଇ ଗୋବିନ୍ଦ ଲଇାକେରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦଫା ୩୦୨ରେ ୮୧/୨୦୧୫ ନମ୍ବର ମାମଲା ରୁଜୁ କରି ଅଭିଯୁକ୍ତ ସୁରଥକୁ ଗିରଫ କରିଥିଲା। ଆଜି ଝାରସୁଗୁଡ଼ା ଜିଲ୍ଲା ଦୌରାଜଜ୍ ସୌମେନ୍ଦ୍ର କୁମାର ରାଜଗୁରୁ ୧୬ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ଅନ୍ୟନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ସୁରଥଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ସତ୍ପାଲ ସିଂହ ମାମଲା ପରିଚାଳନା କରୁଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us