ଶିଶୁପୁତ୍ର ଝୁଲିବା ଦୋଳିରେ ଆତ୍ମହତ୍ୟା କଲେ ପିତା

Advertisment
ଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

Outlook India

ଡ଼ାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ରେଭିନ୍ୟୁ ସାହିରେ ନିଜ ଶିଶୁ ପୁତ୍ର ଝୁଲିବା ଦୋଳିରେ ଜଣେ ପିତା ଗତକାଲି ରବିବାର ରାତ୍ର ପ୍ରାୟ ସାଢେ଼ ୯ ଘଣ୍ଟ ସମୟରେ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ସିମାଞ୍ଚଳ ବିଶ୍ୱାସ (୩୪) ବୋଲି ଜଣାପଡିଛି । ଏ ନେଇ ମୃତ ସୀମାଞ୍ଚଳର ସ୍ତ୍ରୀ ଯୋଜନା ଗନ୍ଥା ମହାନ୍ତି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ସଦର ରେଭନ୍ୟୁ ସାହିରେ ଏକ ଭଡ଼ା ଘରେ ସୀମାଞ୍ଚଳ ବିଶ୍ୱାସ (୩୪) ସ୍ତ୍ରୀ (ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ) ଏଏନ୍ଏମ ଯୋଜନା ଗନ୍ଥା ମହାନ୍ତି ତାଙ୍କ ୩ ବର୍ଷର ଶିଶୁ ପୁତ୍ର ସହ ରହି ଆସୁଛନ୍ତି । ସ୍ଵାମୀ ସୀମାଞ୍ଚଳ ଜଣେ ମଦ୍ୟପ ଥିବା ବେଳେ ଅଧିକାଂଶ ସମୟ ସ୍ତ୍ରୀ ସହ କଳି କଜିଆ କରିଥାଏ ।

ଗତକାଲି ରବିବାର ରାତ୍ର ପ୍ରାୟ ସାଢେ଼ ୯ ଘଣ୍ଟ ସମୟରେ ଯୋଜନା ଗନ୍ଥା ମହାନ୍ତି ତା ଶିଶୁପୁତ୍ର ସହ ଘର ବାରଣ୍ଡାରେ ଥିବା ସମୟରେ ମଦ୍ୟପ ସ୍ଵାମୀ ଛୋଟ ଶିଶୁପୁତ୍ରର ଝୁଲୁଥିବା ଦୋଳିରେ ବସି ଆତ୍ମହତ୍ୟା କରିଥିଲେ। କିଛି ସମୟ ପରେ ସ୍ତ୍ରୀ ଘର ମଧ୍ୟରେ ଆସି ଦେଖିବା ବେଳକୁ ସ୍ଵାମୀ ଦୋଳିରେ ନିଶ୍ଚଳ ଅବସ୍ଥାରେ ଥିଲେ। ସ୍ଵାମୀ ସୀମାଞ୍ଚଳକୁ ତୁରନ୍ତ ଏକ ଅଟୋ ଗାଡ଼ିରେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ତ୍ରୀ ଏ ନେଇ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ୧୫ /୨୧ରେ ମାମଲା ରୁଜୁ କରି ଶବ ଜବତ କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ବେଳେ ପୁଲିସ ଏସ ଆଇ ଚନ୍ଦ୍ରଭାନୁ ମହାନ୍ତି ଘଟଣାର ତଦନ୍ତ କରୁଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe