Free Press Journal
ଯାଜପୁର: ନିଜର ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରି ଜେଲ ଯାଇଥିବା ସ୍ବାମୀ ଜେଲକୁ ମୁକୁଳି ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛି। ସୂଚନା ଅନୁସାରେ ବିଂଝାରପୁର ଥାନା ଅଙ୍ଗାଳୋ ପଞ୍ଚାୟତ ଅଙ୍ଗାଳୋ ଗ୍ରାମର ସୁଦିପ୍ତ ସାମଲ(୫୦) ୨୦୦୪ ମସିହାରେ ନିଜର ପତ୍ନୀକୁ କଟୁରୀ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ୧୮ ବର୍ଷ ହେଲା ହତ୍ୟା ଅଭିଯୋଗରେ ଚୌଦାର ଜେଲରେ ଜେଲଦଣ୍ଡ ଭୋଗୁଥିଲେ। ତେବେ ସେ ୨୦ ଦିନ ତଳେ ଜେଲରୁ ମୁକୁଳି ଘରକୁ ଫେରିଥିଲେ। କିନ୍ତୁ ଆଜି ସକାଳୁ ସେ ଘର ନିକଟ ଏକ ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପଡିଶା ଲୋକ ଦେଖିବାଲକୁ ପାଇଥିଲେ। ଖବର ପାଇ ବିଂଝାରପୁର ପୁଲିସ ପକ୍ଷରୁ ଏ ଏସଆଇ ସଂଜୀବ ଥାଟୋଇ ପହଞ୍ଚି ମୃତ ଦେହକୁ ଜବତ କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି। ମାନସିକ ଚାପ ଓ ଲୋକ ଲଜ୍ୟା ଭୟରେ ସେ ଏପରି କରିଥାଇ ପାରେ ବୋଲି ଆଲୋଚନା ହେଉଛି।
Follow Us