ମହୁଲ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ଜଣେ ଅଟକ

Democratic Accent

ସୁନ୍ଦରଗଡ଼: ସଦରଥାନା ଅନ୍ତର୍ଗତ ସୁବଲୟା ପଞ୍ଚାୟତ ସେବତୀଵାହାଲ କୁମ୍ଭାରପଡା ନିକଟ ଏକ ମହୁଲ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସୁନ୍ଦରଗଡ଼ ପୌରାଞ୍ଚଳ ଡେଙ୍ଗିଭାଡି କାଲୋପଡାର ଈଶ୍ବର ନାଗ(୪୫)। ତାଙ୍କର ଦୁଇଟି ପତ୍ନୀ। ସେ କୁମ୍ଭାରପଡା ଇଟାଭାଟିରେ କାମ କରୁଥିବା ବେଳେ ସେଇଠି ଏକ ଘର ତିଆରି କରି ଦୁଇ ପତ୍ନୀ ଓ ପିଲାଛୁଆ ସହ ରହୁଥିଲେ।  ଗୁରୁଵାର ରାତି ୧୦ଟାରୁ ସେ ଘରୁ କୁଆଡେ ଚାଲି ଯାଇଥିଲେ। ଆଜି ସକାଳୁ ଗାଁ ପାଖ ମହୁଲ ଗଛରେ ତାଙ୍କ ମୃତ ଦେହ ଝୁଲୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଲାଇଛି। ଈଶ୍ବର  ମଦ ପିଇ  ସବୁବେଳେ ପାଟିତୁଣ୍ଡ କରୁଥିଲେ ଓ  ପୂର୍ଵରୁ ମଧ୍ୟ୪ ଥର ଆତ୍ମହତ୍ୟା ଉଦ୍ୟମ କରିଥିଵା ପରିବାର ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe