ଛିଡ଼ା ହୋଇଥିବା ଅବସ୍ଥାରେ ଟଳି ପଡ଼ିଲେ ଯୁବକ

Advertisment
ଛିଡ଼ା ହୋଇଥିବା ଅବସ୍ଥାରେ ଟଳି ପଡ଼ିଲେ ଯୁବକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ବହଳପଦର ପଞ୍ଚାୟତ ଭାଲୁଡ଼ୁଙ୍ଗୁରି ଗ୍ରାମର ଅର୍ଜୁନ ମୁଣ୍ଡା (୩୫ ବର୍ଷ) ଛିଡ଼ା ହୋଇଥିବା ଅବସ୍ଥାରେ ଟଳିପଡ଼ି ପ୍ରାଣ ହରାଇଛନ୍ତି। ବହଳପଦର ପଞ୍ଚାୟତରେ ଥିବା ଏକ ଔଷଧ ଦୋକାନକୁ ଔଷଧ ଆଣିବା ପାଇଁ ଆସିଥିବା ବେଳେ ହଠାତ୍ ନିଜ ବାଇକ୍ ନିକଟରେ ପଡ଼ି ଯାଇଥିଲେ। ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀଙ୍କ ପାଖକୁ ସଙ୍ଗେ ସଙ୍ଗେ ନିଆଯାଇଥିଲେ ମଧ୍ୟ ସେତବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ସ୍ବର୍ଗତ ଅର୍ଜୁନ ଅଞ୍ଚଳରେ ସମାଜସେବୀ ଭାବରେ ପରିଚିତ ଥିଲେ। ପୂର୍ବରୁ ସେ ଜଳଛାୟା ପ୍ରକଳ୍ପର ସମ୍ପାଦକ ଭାବେ କାର୍ଯ୍ୟ କରି ଅଞ୍ଚଳରେ ବେଶ୍‌ ସୁନାମ ଅର୍ଜନ କରିଥିଲେ। ଅର୍ଜୁନଙ୍କର ୫ ବର୍ଷୀୟା ଝିଅ ଓ ପତ୍ନୀ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe