ସୁବର୍ଣ୍ଣପୁର: ୨ ମହଲା ଥାନା ଛାତରୁ ଡେଇଁ ଯୁବକଙ୍କର ମୃତ୍ୟୁ

ସୁବର୍ଣ୍ଣପୁର: ୨ ମହଲା ଥାନା ଛାତରୁ ଡେଇଁ ଯୁବକଙ୍କର ମୃତ୍ୟୁ

ବୀରମହାରାଜପୁର: ଦୁଇ ମହଲା ଥାନା ଛାତରୁ ଡେଇଁ ମଙ୍ଗଳବାର ଜଣେ ମଦ୍ୟପ ଯୁବକଙ୍କର ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ରିପୋର୍ଟ ଅନୁସାରେ ଆଜି ଅପରାହ୍ଣରେ ଟିଠିପାଲିର ଲିଙ୍ଗ ଅମାତ ତହିସଲ କାର୍ଯ୍ୟାଳୟରେ ତହସିଲଦାର ଗଙ୍ଗାରାମ ବୁଡେକଙ୍କୁ ଗାଳି କରିଥିଲେ। ଏହା ପରେ ତହସିଲଦାର ସ୍ଥାନୀୟ ଆଇଆଇସି ପ୍ରଭାଧନଙ୍କୁ ସୂଚନା ଦେଇଥିଲା।

ସୂଚନା ମିଳିବା ପରେ ପିସିଆର ଭ୍ୟାନ୍‌ ତହସଲ କାର୍ଯ୍ୟାଳୟ ପହଂଚି ଲିଙ୍ଗ ଅମାତକୁ କାବୁ କରି ଥାନାକୁ ନେଇ ଯାଇଥିଲା। ଥାନାରେ ପହଂଚିବା ପରେ ଲିଙ୍ଗ ଥାନାରେ ମୁତୟନ କନଷ୍ଟେବଲ ଧନପତି ମୁଣ୍ଡାଙ୍କୁ ଧକ୍କା ଦେଇ ଥାନାର ଛାତ ଉପରକୁ ଚଢ଼ି ଯାଇଥିଲା। କିଛି ସମୟ ପରେ ସେ ଛାତରୁ ଡେଇଁ ପଡ଼ିଥିଲା।

ଛାତରୁ ଡେଇଁ ଆହତ ହେବା ପରେ ଲିଙ୍ଗକୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପ୍ରାଥମିକ ଚିକିତ୍ସା କରାଯିବା ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ପହଂଚିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଲିଙ୍ଗର ମୃତ୍ୟୁ ନେଇ ପୁଲିସ କହିଛି, ସେ ମଦ ପିଇ ତହସିଲ କାର୍ଯ୍ୟାଳୟରେ ଗଣ୍ଡଗୋଳ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe