ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମାଁସଡ଼ା ପଞ୍ଚାୟତ ବନ୍ଧସାହି ଗ୍ରାମର ମେଘନାଦ ଯେନା(୫୫)ଙ୍କର ଆଜି କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି। ଗତକାଲି ସଂଧ୍ୟାରେ ମୁଗ ବିଲରୁ ଘରକୁ ଫେରୁଥିବା ବେଳେ ଘର ନିକଟ ରାସ୍ତାରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ବାଇକ୍ ଆରୋହୀ ଯୁବକ ଫେରାର୍ ହୋଇଯାଇଥିବା ବେଳେ ମେଘନାଦ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବିଂଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଜଣାପଡ଼ିବା ପରେ ବନ୍ଧସାହିରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ମାଁସଡ଼ା-ମଧୁପୁର ମୁଖ୍ୟରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ଦୀର୍ଘ ୨ଘଣ୍ଟା ପରେ ବିଂଝାରପୁର ପୁଲିସ ଓ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲେ।
ବାଇକ୍ ଧକ୍କାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ, ଉତ୍ତେଜିତ ଲୋକଙ୍କ ରାସ୍ତାରୋକ୍
Advertisment
Follow Us