ବିଦ୍ୟୁତ୍ ଆଘାତରେ ଯୁବକ ମୃତ

ବିଦ୍ୟୁତ୍ ଆଘାତରେ ଯୁବକ ମୃତ

Green Efficient Living

କୁଚିଣ୍ଡା: ବିଦ୍ୟୁତ୍‌ ଆଘାତରେ କୁସୁମୀ ଫାଣ୍ଡି ବଡ଼ମୁଣ୍ଡାଲୋଇ ଗ୍ରାମ‌ର ସଞ୍ଜୟ ବାଘ (୪୬)ଙ୍କ ମୃତ୍ୟୁ ଘଟିଛି। ବୁଧବାର ସେ ନିକଟସ୍ଥ ଏକ ବିଲକୁ ଯାଇଥିବା ବେଳେ ବିଦ୍ୟୁତ ତାରରେ ଲାଗି ଯାଇଥିଲେ। ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା।

ପରିବାର ଲୋକେ ଏ ବିଷୟରେ ମହୁଲପାଲି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତଖାନାକୁ ପଠାଇଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଜନ୍ତୁ ଶିକାର ପାଇଁ ଜମିରେ ବିଛା ଯାଇଥିବା ଜୀବନ୍ତ ବିଦ୍ୟୁତ ତାରରେ ଲାଗି ତାଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe