ବାଇକ୍‌ରୁ ପଡ଼ି ଜଣେ ମୃତ

ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ଚମ୍ପୁଆ: ଚମ୍ପୁଆ ଥାନା ରଜିଆ କଞ୍ଚନପୁର ନିକଟରେ ବାଇକ୍‌ରୁ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେ‌ଲେ ରଜିଆ ଗ୍ରାମର ଡବ ମୁଣ୍ଡା। ରଜିଆ ଗ୍ରାମର ମଧୁସୂଦନ ନାୟକ ଓ ଡବ ମୁଣ୍ଡା ଏକ ବାଇକ୍‌ରେ ଚମ୍ପୁଆ ଆଡ଼କୁ ଆସୁଥିବା ବେଳେ କଞ୍ଚନପୁର ନିକଟରେ ଡବ ବାଇକ୍‌ରୁ ପଡ଼ି ଯାଇଥିଲେ।

ବାଇକ୍‌ରୁ ପଡ଼ି ଡବ ଯନ୍ତ୍ରଣାରେ‌ ଛଟପଟ ହେଉଥିବା ବେଳେ ମଧୁସୂଦନ ତାଙ୍କୁ ଡାକ୍ତରଖାନା ନ ନେଇ ସେଠାରୁ ଫେରାର ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକେ ଏନେଇ ଚମ୍ପୁଆ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତାଙ୍କୁ ଚମ୍ପୁଆ ଡାକ୍ତରଖାନା ଆଣିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡବଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିବା ସହ ମଧୁସୂଦନକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe