ଅଜଣା ସ୍କର୍ପିଓ ଧକ୍କାରେ ସାଇକେଲ ଆରୋହୀ ମୃତ

Advertisment
ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ମେଡିକାଲ ଛକ ନିକଟସ୍ଥ ନୂତନ ପେଟ୍ରୋଲ ପମ୍ପଠାରୁ ୨୦୦ ମିଟର ଦୂରରେ ଶୁକ୍ରବାର ଅପରାହ୍‌ଣ ୨ଟାରେ ଏକ ଅଜଣା ସ୍କର୍ପିଓ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ସେ ହେଲେ ଭିତରପଦ ଗ୍ରାମର ସୁରେଶ ନାଏକ (୪୫)।

ସୂଚନା ଅନୁଯାୟୀ ସୁରେଶ ସାଇକେଲ୍‌ ଯୋଗେ ରିଆମାଳ ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ଫେରିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ସ୍କର୍ପିଓ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ସୁରେଶ ଡ୍ରେନ୍‌ ଭିତରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଥିବା ସ୍ଥାନୀୟ ଜନସାଧାରଣ ସୁରେଶଙ୍କୁ ଉଦ୍ଧାର କରି ଛତାବର ମେଡିକାଲକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବରପାଇ ରିଆମାଳ ଥାନା ପୁଲିସ ଶବ ଜବତ କରିବା ସହିତ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ଧରିବା ପାଇଁ ବିଭିନ୍ନ ଛକରେ ଚେକିଂ କରିଥିଲା। ଖବର ଲେଖାହେବା ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରାଯାଇପାରି ନାହିଁ। ପ୍ରକାଶ ଥାଉକି ସୁରେଶ ରାଜମିସ୍ତ୍ରି କାମ କରନ୍ତି। ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯିବା ଫଳରେ ତାଙ୍କ ପରିବାର ଲୋକ ଅସହାୟ ହୋଇ ପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରେଶ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ସେହିପରି ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ସେହି ସ୍ଥାନରେ ଏକ ହମ୍ପ୍‌ସ ନିର୍ମାଣ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe