କାର୍‌ ଧକ୍କାରେ ପଥଚାରୀ ମୃତ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ଥାନା ବଡ଼କୁଟରୁ ଫାଣ୍ଡି ନିକଟ ହୋମିଓପାଥି ଚିକିତ୍ସା କେନ୍ଦ୍ରଠାରେ ଏକ କାର୍‌ ଧକ୍କାରେ ସାନକୁଟରୁ ଗାଁର ବଳିଷ୍ଠ କୁମାର (୪୫)ଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଅପରାହ୍‌ଣ ପ୍ରାୟ ୪ ଟାରେ ସାନକୁଟରୁ ଗ୍ରାମର ବଳିଷ୍ଠ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଏକ କାର ତାଙ୍କୁ ଧକ୍କା ଦେବା ସହ ହୋମିଓପାଥି ଚିକିତ୍ସାକେନ୍ଦ୍ର କାନ୍ଥରେ ମାଡ଼ ହୋଇଥିଲା। ବଳିଷ୍ଠଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଲମପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe