ନବରଙ୍ଗପୁର: ଅଜଣା ଟ୍ରକ୍ ଧକ୍କାରେ ଯୁବକଙ୍କର ମୃତ୍ୟୁ

Advertisment
ଝିଅ ବିକ୍ରିର ହୃଦୟବିଦାରକ ଅନ୍ତ : ଉଜୁଡ଼ିଗଲା ପୂରା ପରିବାର

image source-indiatoday

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ଅଙ୍ଗିନଦି ନିକଟରେ ଗତକାଲି ବୁଧବାର ରାତ୍ର ପ୍ରାୟ ୯ଟାରେ ଏକ ଅଜଣା ଟ୍ରକ୍ ଧକ୍କାରେ ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଯୁବକ ଜଣକ ପାପଡାହାଣ୍ଡି ବ୍ଲକ ପାତ୍ରି ଗ୍ରାମର ଟଙ୍କଧର ଗୌଡ (୨୦) ବୋଲି ଜଣାପଡିଛି। ଏ ନେଇ ମୃତ ଟଙ୍କଧରର ବାପା ପୂର୍ଣ୍ଣ ଗୌଡ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛନ୍ତି।

ସୂଚନା ଅନୁଯାୟୀ ପାତ୍ରି ଗ୍ରାମର ଟଙ୍କଧର ଗୌଡ (୨୦) ଓ ତା ସାଥୀ ବୈଦ୍ୟନାଥ ମାଝୀ ଏକ ବାଇକ୍ (ଓଆର୍ ୨୪ ବି ୭୧୩୬) ଯୋଗେ କୌଣସି କାର୍ଯ୍ୟରେ ଗତକାଲି ଡାବୁଗାଁ ଆସିଥିଲେ। କାର୍ଯ୍ୟ ସାରି ଦୁହେଁ ଡାବୁଗାଁରୁ ପାତ୍ରି ଅଭିମୁଖେ ବାହାରିଥିଲେ। ତେବେ ଡାବୁଗାଁ ମାନିଗାଁ ମଧ୍ୟରେ ଥିବା ଅଙ୍ଗିନଦି ନିକଟରେ ଉଭୟେ ପରିସ୍ରା ବସିବା ପାଇଁ ବାଇକ୍ ରୁ ଓହ୍ଲାହି ଥିଲେ। ଏହି ସମୟରେ ଦ୍ରୁତ ଗତିରେ ଏକ ଅଜଣା ଟ୍ରକ ଆସି ଟଙ୍କଧର ଗୌଡ ଉପରେ ଗାଡି ଚଡାଇ ଦେଇଥିଲା ଏବଂ ନିମିଷକ ମଧ୍ୟରେ ଟ୍ରକ ଟି ମାନିଗାଁ ଦିଗକୁ ଚାଲି ଯାଇଥିଲା। ସାଥିରେ ଥିବା ଟଙ୍କଧରର ସାଥୀ ବୈଦ୍ୟନାଥ ମାଝୀ କୌଣସି ବିଷୟ ଜାଣିବା ପୂର୍ବରୁ ଟଙ୍କଧରର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe