ଶଳାର ଠେଙ୍ଗା ମାଡ଼ରେ ଭିଣୋଇ ମୃତ

Advertisment
ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ଲଇଡା: ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ଇଇଡ଼ା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଶଳାର ଠେଙ୍ଗା ମାଡ଼ରେ ଭିଣୋଇର ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ରୂପାନନ୍ଦ ବାଗ ଓରଫ କାପ (୫୫)। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଶାଳା ମାନସ କରାଳି ଓରଫ ଉମେଶ (୪୦)କୁ ଅଟକ ରଖି ପଚରାଉଚରା କରୁଛି।

ପୁଲିସ ସୂଚନା ଅନୁଯାୟୀ ଭିଣେଇ ରୂପାନନ୍ଦ ଗୁରୁବାର ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିଲେ। ବାଟରେ ଶାଳା ଉମେଶ ସହିତ ତାଙ୍କର ଭେଟ ହୋଇଥିଲା। ଉଭୟଙ୍କ ମଧ୍ୟରେ ସେଠାରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ମାରପିଟ୍‌ ରୂପ ନେଇଥିଲା। ମାନସ ଉତ୍ତ୍ୟକ୍ତ ହୋଇ ରୂପାନନ୍ଦଙ୍କୁ ଠେଙ୍ଗା ମାଡ଼ ମାରିଥିଲେ। ଏଥିରେ ରୂପାନନ୍ଦଙ୍କ ମୁଣ୍ଡ, ହାତ ଓ ଦେହର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ରାତି ସାରା ସେ ଖୋଲା ଆକାଶ ତଳେ ପଡ଼ି ରହିଥିଲେ।

ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ପରିବାର ଲୋକ ଏ ନେଇ ଲଇଡ଼ା ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କତରବଗା ଆଇଆଇସି ଅଜୟ ଜେନା ଓ ଲଇଡ଼ା ଫାଣ୍ଡି ଅଧିକାରୀ ରବିନାରାୟଣ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ପରେ ଅଭିଯୁକ୍ତ ମାନସକୁ କାବୁ କରି ପଚରାଉଚରା କରିଥିଲା। ଦୋଷ ସ୍ବୀକାର କରିବା ପରେ ପୁଲିସ ତାକୁ ଅଟକ ରଖି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe