ସାନ ଭାଇର ଶାବଳ ମାଡରେ ବଡ ଭାଇର ମୃତ୍ୟୁ, ଅଭିଯୁକ୍ତ ଗିରଫ 

Advertisment
ସମୁଦ୍ରରେ ଗାଧୋଇବା ବେଳେ ପୁଣି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ଖଲିଆପଡା ଗାଁରେ ସାନ ଭାଇର ଶାବଳ ମାଡରେ ବଡ ଭାଇର ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣା ଅନୁସାରେ ଗୁରୁବାର ସନ୍ଧ୍ୟାରେ କୌଣସି କଥାକୁ ନେଇ ଦୁଇ ଭାଇ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କାଳା ପୁଟେଲ(୫୫) ଘରୁ ଶାବଳ ଆଣି ବଡ ଭାଇ ବିରଞ୍ଚି ପୁଟେଲ ଓରଫ ବେଡା(୬୩)ଙ୍କ ମୁଣ୍ଡରେ ପାହାରେ ଦେଇଥିଲେ। ଶାବଳ ମାଡରେ ବିରଞ୍ଚି ଗୁରୁତର ଆହତ ହୋଇ ଅଚେତ ହୋଇ ପଡିଥିଲେ। ସଙ୍ଗେସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସକୁ ଖବର ଦେଇ କଣ୍ଟାମାଳ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ବେଡାକୁ ମୃତ ଘୋଷଣା କରିଥିଲେ।

ପରେ ମନମୁଣ୍ତା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ଆଜି ଶୁକ୍ରବାର ଅପରାହ୍ନରେ ଶବଦାହ କରାଯାଇଛି। ଏନେଇ ସ୍ତ୍ରୀ ଯଶୋବନ୍ତୀ ପୁଟେଲ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କଲାପରେ ସାନ ଭାଇ କାଳା ପୁଟେଲକୁ ଗିରଫ କରି କେସ ନମ୍ବର ୧୬୮/୨୦୨୧ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା କଣ୍ଟାମାଳ ଏସଆଇ ଲିସାରାଣୀ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe