ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

Advertisment
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ବାଲିଅନ୍ତା: ସ୍ଥାନୀୟ ଭିଙ୍ଗାରପୁର ପଞ୍ଚାୟତ ଅଧୀନ ସିଙ୍ଗଡ଼ା ଭୋଇସାହିର ନୃସିଂହ ଚରଣ ବେହେରାଙ୍କ ସାନପୁଅ ବିଷ୍ଣବ ଚରଣ ବେହେରା(୨୬)ଙ୍କର ଆଜି ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଯାଇଛି। ଖବର ପାଇ ବାଲିଅନ୍ତା ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ଶବ ସଂରକ୍ଷଣ ଘରେ ରଖାଯାଇଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ ବିଷ୍ଣବ ଆଜି ମଧ୍ୟାହ୍ନରେ କଦଳୀ ବାଡ଼ି ସଫା କରୁଥିଲେ। ହେଲେ ସେଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆଶି ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ‌କୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୪ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଛୋଟ ପୁଅଟିଏ ଅଛି। ବିଷ୍ଣବଙ୍କ ମୃତୁରେ ସାହିରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe