ପାୱାର ​ଚାନେଲରେ ଭାସିଗଲେ ଯୁବକ

Advertisment
ପାୱାର ​ଚାନେଲରେ ଭାସିଗଲେ ଯୁବକ

Mapio.net

ବୁର୍ଲା: ଆଜି ପାୱାର ଚାନେଲର ୧୮ ହଜାର ନିକଟରେ ପୁଣି ଏକ ଅଘଟଣ ଘଟିଛି। ଗାଧୋଉଥିବା ସମୟରେ ପାଣିର ପ୍ରଖର ସ୍ରୋତରେ ଜଣେ ଯୁବକ ଭାସି ଯାଇ ନିଖୋଜ ଥିବା ଜଣାପଡ଼ିଛ। ନିଖୋଜ ଯୁବକ ଜଣକ ହେଲେ ହୀରାକୁଦ ବିହାରୀ ପଡ଼ାର ମହେଶ ସାହାଣୀ (୨୧)।

ପ୍ରାପ୍ତ ସୂଚନା ଅନୁଯାୟୀ, ମହେଶ ଆଜି ନିଜ ୪/୫ ଜଣ ସାଙ୍ଗଙ୍କ ସହିତ ପାୱାର ଚାନେଲର ୧୮ ହଜାର ନିକଟକୁ ଭୋଜି କରିବାକୁ ଆସିଥିଲେ। ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ଗୋଡ଼ ଖସିଯାଇଥିଲା। ସେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ସହିତ ଥିବା ସାଙ୍ଗମାନେ ଅଗ୍ନିଶମ ବାହିନୀକୁ ଫୋନ୍ କରିଥିଲେ। ସୂଚନା ପାଇ ଅପରାହ୍‌ଣ ୪ଟା ସମୟରେ ଅଗ୍ନିଶମ ବାହିନୀ ଓ ପୁଲିସ୍‌ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ମହେଶଙ୍କୁ ଖୋଜିଥ‌ିଲେ। ସନ୍ଧ୍ୟା ପରେ ଅନ୍ଧାର ହୋଇଯିବାରୁ ଅଗ୍ନିଶମ ବାହିନୀ ନିରାଶ ହୋଇ ଫେରିଯାଇଥିଲା। ତେବେ ଆସନ୍ତାକାଲି ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe