ପାରିବାରିକ କଳହରୁ ବଧୁ ହତ୍ୟା: ଗଳିତ ଶବ ଉଦ୍ଧାର, ଅଭିଯୁକ୍ତ ଅଟକ

Advertisment
ପାରିବାରିକ କଳହରୁ ବଧୁ ହତ୍ୟା: ଗଳିତ ଶବ ଉଦ୍ଧାର, ଅଭିଯୁକ୍ତ ଅଟକ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗଡନୃସିଂହ ପ୍ରସାଦ ଗ୍ରାମରେ ପାରିବାରିକ କଳହରୁ ପତ୍ନୀକୁ ହତ୍ୟାକରି ଶବ ପୋତି ଦେଇଥିବା ବେଳେ ପୁଲିସ ଦ୍ୱାରା ଗଳିତ ଶବ ଉଦ୍ଧାର ହୋଇଛିା ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଗଡନୃସିଂହ ପ୍ରସାଦ ଗ୍ରାମରେ ପାରିବାରିକ କଳହକୁ ନେଇ ଗତ ୨୫ ତାରିଖ ଦିନ ୧୧ ଘଟିକା ସମୟରେ ସ୍ୱାମୀ ଘାଡୁ ଓରଫ ସର୍ବେଶ୍ୱର କାଣ୍ଡି (୪୦) ଓ ଟୁନୁକି ଓରଫ ସୌଦାମିନି କାଣ୍ଡି(୩୫) ମଧ୍ୟରେ ବଚସାରୁ ହାତାହାତି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଘାଡୁ ତାଙ୍କ ପତ୍ନୀଙ୍କୁ ପିଟିପିଟି ମାରିଦେଇ ଘର ପଛ ପଟ ବାଡିରେ ପୋତି ଦେଇଥିଲା ।

publive-image

ଏ ସଂପର୍କରେ ମୃତା ଟୁନୁକିର ଦାଦା ଭୁବନା ଜେନା ଗତକାଲି ବୁଧବାର ଥାନାରେ ଅଭିଯୋଗ କରିବା ପରେ ଆଜି ସକାଳେ ଭୁବନ ଥାନା ଆଇଆଇସି ଜିତେନ୍ଦ୍ର କୁମାର ସାହୁ,ଏସଆଇ ବିକାଶ କୁମାର ବେହେରା ଓ ସାଇଣି୍‌ଟଫିକ ଟିମ୍‌ ଘଟଣାସ୍ଥଳରେ ପହଁଚି ମାଟିଖୋଳି ଶବ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା । ହତ୍ୟା ଅଭିଯୁକ୍ତ ସ୍ୱାମୀ ଘାଡୁକୁ ଅଟକ ରଖାଯାଇଥିବା ବେଳେ ଭୁବନ ଥାନାରେ କେଶ ନଂ-୩୦୪/୨୦୨୦ ରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଚାଲୁ ରହିଥିବା ସଂପର୍କରେ ତଦନ୍ତକାରୀ ଅଫିସର ଏସଆଇ ଶ୍ରୀ ବେହେରା ସୂଚନା ଦେଇଛନ୍ତିି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe