କରୋନାରେ ଠିକାଦାରଙ୍କ ମୃତ୍ୟୁ

Advertisment
୨୦ ଜଣକ ଜୀବନ ନେଲାଣି ବ୍ଲାକ୍‌ଫଙ୍ଗସ୍‌

Image Courtesy of Fierce Pharma

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ମହୁଖଣ୍ଡା ଗ୍ରାମର ପ୍ରଫୁଲ୍ଲ ଲେଙ୍କାଙ୍କ ସାନମଝିଆ ପୁଅ ସୁମନ୍ତ ଲେଙ୍କା (୪୩), (ବୁଲୁ)ଙ୍କର ଆଜି ପୂର୍ବାହ୍ନରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଟାଇଛି। ବୁଲୁ ଜଣେ ସୁପରିଚିତ ଠିକାଦାର ଥିଲେ। ସେ ଦୀର୍ଘ ୧ ମାସ ହେଲା କରୋନାରେ ସଂକ୍ରମିତ ହୋଇ ମଞ୍ଚେଶ୍ବର ସ୍ଥିତ ଉକ୍ତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଦୁଇ ସପ୍ତାହ ହେଲା ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ବିଗିଡ଼ି ଯାଇଥିଲା। ସେ ଭେଣ୍ଟଲେଟରରେ ଚିକିତ୍ସିତ ହେଉଥିଲେ।

ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ଆଜି ତାଙ୍କର ମୃତ୍ୟୁ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବିଏମସି ସ୍ବର୍ଗରଥ ପହଞ୍ଚି ଶବ ସତ୍ୟନଗର ସ୍ଥିତ ମଶାଣିକୁ ନେଇଯାଇଥିଲା। ସେଠାରେ ତାଙ୍କ ପରିବାର ଏବଂ ଆତ୍ମୀୟ ସ୍ବଜନଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇଥିଲା। ସୁମନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ବିଧାୟକ ଡଃ. ଅରବିନ୍ଦ ଢ଼ାଲିଙ୍କ ସହିତ ତାଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର ଏବଂ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ ପ୍ରମୁଖ ନେତୃବୃନ୍ଦଙ୍କ ସମେତ ସକକର୍ମୀ ବନ୍ଧୁମାନେ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe