ଦାଦନ ଦୁଃଖ: ଦି’ପଇସା ରୋଜଗାର ଆଶା ଜୀବନ ନେଇଗଲା

ଫେରିଲା ଶବ ହୋଇ, ବାପାର ଅଭିଯୋଗ ପୁଅ ଗଲା ମୁଁ ଜାଣିନାହିଁ

ସମୁଦ୍ରରେ ଜାଲ ଘେରାକୁ ନେଇ ସଂଘର୍ଷ: ପିଟାମରାରୁ ଯୁବକଙ୍କ ମୃତ୍ୟୁ

Bangalore Mirror

ରା.ଉଦୟଗିରି: ପଞ୍ଚାୟତ ଗଠନ ହେଇକି ହେଲାଣି ୫ବର୍ଷ ପାଖାପାଖି, ହେଲେ ଏଠି ଦାଦନ ଦୁଃଖ ସରୁନି। ପଞ୍ଚାୟତରେ କାମ ମିଳୁନି ବୋଲି ଦୁର୍ଗମ ଅଞ୍ଚଳର ଲୋକେ ବାହାର ରାଜ୍ୟକୁ ଯାଉଛନ୍ତି କିଛି ରୋଜଗାର ଆଶାରେ। ତେବେ ଫେରିଲାବେଳକୁ ଶବ ହୋଇ ଫେରୁଛନ୍ତି। ଆଉ ଏମାନଙ୍କୁ କାମରେ ଲଗାଇ ମାଲାମାଲ ହେଉଛନ୍ତି ଦାଦନ ଯୋଗାଉଥିବା ମଧ୍ୟସ୍ଥିମାନେ।

ଏମିତି ଏକ ଦୁଃଖଦ ଘଟଣା ଘଟିଛି ପୁରୁଣାପାଣି ପଞ୍ଚାୟତର କାଳାଦ୍ଵାରୀ ଗ୍ରାମର ୨୧ବର୍ଷିୟ ଉଚିତ ରଇତଙ୍କ କ୍ଷେତ୍ରରେ। କାଲାଦ୍ଵାରୀ ଗ୍ରାମର ଉଚିତ ରଇତ (୨୦) ଗଲା ତିନିମାସ ତଳେ ଦାଦନ ଖଟିବାକୁ ଯାଇଥିଲା ମହାରାଷ୍ଟ୍ରର କରଜତ ଅଞ୍ଚଳକୁ। ମଧ୍ୟସ୍ଥି ସାଜିଥିଲେ ଠିକାଦାର ପାତ୍ରପୁର ବ୍ଲକ ପଦାଡିଗି ଗ୍ରାମର ଗଗନ ସିଂହ। କାମ ଥିଲା ଦୈନିକ ୪୦୦ଟଙ୍କା ୮ଘଣ୍ଟା କାମ। ଠିକାଦାର ଗଗନ ସିଂହ କହିବାନୁଯାୟୀ ଗଣେଶ ପୂଜା ଦିନ ଅପରାହ୍ନରେ କଂକ୍ରିଟ ସେଟ୍‌ କରିବା ପାଇଁ ଭାଇବ୍ରେଟର ବ୍ୟବହାର କଳା ବେଳକୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା ଉଚିତକୁ। ଆଉ ଘଟଣା ସ୍ଥଳରେ ହିଁ ତଳେ ପଡ଼ିଯାଇ ମୃତ୍ୟୁବରଣ କରିଥିଲା ଉଚିତ୍‌। ଆଜି ସକାଳେ ଶବ ଗାଁରେ ପହଞ୍ଚିବା ପରେ ଉତ୍ତେଜନା ଦେଖା ଦେଇଥିଲା। ପରିବାରବର୍ଗ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ।

ତେବେ ସରପଞ୍ଚଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ଠିକାଦାର ମୃତକ ପରିବାରକୁ ୪୦ହଜାର ଟଙ୍କା ଦେଇଥିଲେ ସତ୍କାର ନିମନ୍ତେ ଏବଂ ବୀମା ବାବଦକୁ ଯାହା ମିଳିବ ସେନେଇ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଥିଲେ। ଏପଟେ ବାପା ବୁଦ୍ଧିଆ ରଇତ ଅଭିଯୋଗ କରିଛି ଯେ ମୋ ପୁଅ ଗଲା ବେଳକୁ ମୁଁ ଜାଣିନଥିଲି। ମୋ ପୁଅ ସତରେ ବିଦ୍ୟୁତ୍‌ ଆଘାତରେ ମରିଚି ନା ଆଉ କେମିତି ମରିଚି ତାହା ଅନୁସନ୍ଧାନ କରିବା ଆବଶ୍ୟକ। ଉଚିତର ଏଭଳି ଆକସ୍ମିକ ମୃତ୍ୟୁ ପରେ ଘରେ ଥିବା ଅବିବାହିତ ଭାଇଭଉଣୀଙ୍କ ଆଖିରୁ ଲୁହ ଶୁଖୁନି। ଶୋକରେ ଏତିକି କହନ୍ତି ଯେ, ଏଠି କାମ ମିଳିଥିଲେ ଆମ ଭାଇ ବାହାରକୁ ଯାଇଥାନ୍ତା କି ? ଏହି ପ୍ରଶ୍ନର ଉତ୍ତର କାହା ପାଖରେ ଅଛି ତାହା ସମୟ ହିଁ କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe