ଜୀବନ ହାରିଲେ ନା ମାରି ଟାଙ୍ଗିଦେଲେ!

ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦେଉଳଡିହା ପଞ୍ଚାୟତ ଅନ୍ତର୍ଗତ ନୂଆଗଡ଼ ଗ୍ରାମର ପାଟଜୁରୀ ଠାରୁ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ନୂଆଗଡ଼ ମଣ୍ଡେଇସାହିର ବୃନ୍ଦା ମୁଣ୍ଡା (୬୭)। ଏକ ଛୋଟ ଶାଳଗଛରେ ତାଙ୍କ ଶବ ଝୁଲୁଥିବା ସ୍ଥାନୀୟ ଲୋକେ ଆଜି ସକାଳେ ଦେଖିବାକୁ ପାଇଥିଲେ। ଖବରପାଇ ପୁଲିସ ଶବ ଉଦ୍ଧାର କରିଛି। ଏନେଇ ତେଲକୋଇ ପୁଲିସ ୩୭/୨୦୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଗତ ଶନିବାର ଦିନ ବୃନ୍ଦା ନିଜ ନାତିର ଶୁଦ୍ଧିକ୍ରିୟା ବାର୍ତ୍ତା ଦେବାକୁ ସମ୍ପର୍କୀୟ ଘରକୁ ଯାଇଥିଲେ। କେହି ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିବା ଲୋକେ ସନ୍ଦେହ କରୁଛନ୍ତି। ଏନେଇ ଆଇଆଇସି ସାଇପ୍ରଭା ରାଉତଙ୍କୁ ପଚାରିବାରୁ ପ୍ରାଥମିକ ପର୍ଯ୍ୟାୟରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe