ଜ୍ବାଇଁର ଠେଙ୍ଗା ମାଡ଼ରେ ଶ୍ବଶୂର ମୃତ

Advertisment
ଶବ ବଦଳ ଘଟଣା, ଚିତାଭସ୍ମ ଗଲା ରାଜସ୍ଥାନ, ଫେରିଲାନି ଓଡ଼ିଆ ପୁଅର ଶବ

CREATOR: gd-jpeg v1.0 (using IJG JPEG v62), quality = 100

ପାତ୍ରପୁର: ସାମାନ୍ୟ ବଚସାକୁ କେନ୍ଦ୍ର କରି ଠେଙ୍ଗାରେ ପିଟି ଶ୍ବଶୁରକୁ ହତ୍ୟା କଲା ଜ୍ବାଇଁ। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଓ ପାତ୍ରପୁର ବ୍ଲକ୍ ମୁଣ୍ଡକେରି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକଜଣକ ହେଲେ, ଆପନା ବେହେରା (୬୫)। କୌଣସି ଏକ କଥାକୁ ନେଇ ଆଜି ସକାଳେ ଆପନା ଓ ଜ୍ବାଇଁ ଗଣପତି ବେହେରା (୪୫)ଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଗଣପତି ଉତ୍‌କ୍ଷିପ୍ତ ହୋଇ ଏକ ଠେଙ୍ଗାରେ ଆପନାଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ। ଫଳରେ ଆପନା ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ନାତି ଓ ଝିଅ ମିଶି ଆପନାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋ‌ଷଣା କରିଥିଲେ।

‌ଏନେଇ କେସ୍ ନମ୍ବର ୨୮୭ ଅନୁସାରେ ମାମଲା ରୁଜୁ ସହ ଅଭିଯୁକ୍ତ ଜ୍ବାଇଁ ଗଣପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଭବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି। ଏହାସହ ହତ୍ୟା‌ରେ ବ୍ୟବହୃତ ଠେଙ୍ଗା ମଧ୍ୟ ଜବତ ହୋଇଛି। ଏସଆଇ ମେଦିନେଶ୍ୱର କହଁର ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe