ରାୟଗଡ଼ା: ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

Advertisment
ରାୟଗଡ଼ା: ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ୍‌ କଲମା ଗ୍ରାମରେ ଚାଷ କାର୍ଯ୍ୟ ଚାଲିଥିବା ବେଳେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ ଶ୍ରମକଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ତଳୁ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ମିଳିଥିବା  ସୂଚନାରୁ ପ୍ରକାଶ ଯେ, ଆଜି ସକାଳେ କଲାମା ଗ୍ରାମରେ ଏକ ଜମିରେ ହଳ କରୁଥିବା ବେଳେ ଡ୍ରାଇଭର ଟ୍ରାକ୍ଟର ଉପରୁ ନିୟନ୍ତ୍ରଣ ହରାଇଥିଲେ। ହଠାତ ଟ୍ରାକ୍ଟରଟି  ଉପରକୁ ଉଠି ଓଲିଟି ପଡ଼ିଥିଲା। ଫଳରେ  ଚାଷ ଜମିରେ ଥିବା  କିଷାନ ଶବର (୧୮ ବର୍ଷ) ନାମକ ଜଣେ ଶ୍ରମିକ ଏହି ଟ୍ରାକ୍ଟର ତଳେ ଚାପି ହୋଇ ରହିଥିବା ସହିତ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe