ସୋର : ମେଲୋଡି ଦେଖି ଫେରୁଥିବା ଯୁବକଙ୍କୁ ହତ୍ୟା !

Advertisment
ସୋର : ମେଲୋଡି ଦେଖି ଫେରୁଥିବା ଯୁବକଙ୍କୁ ହତ୍ୟା !

ସୋର: ଗତକାଲି ବିଳମ୍ବିତ ରାତିରେ ଖଇରା ଥାନା ଅନ୍ତର୍ଗତ ଓଝାପୋଖରି ନିକଟରେ କାଳୀପୂଜା ପାଇଁ ହେଉଥିବା ମେଲୋଡି ଦେଖି ଘରକୁ ଫେରୁଥିବା ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ପୁଲିସ ଏହାକୁ ଲଏକ ଦୁର୍ଘଟଣାଜନିତ ମୃତ୍ୟୁ କହୁଥିବା ବେଳେ ପରିବାର ଲୋକେ ଏହା ଏକ ସୁପରିତକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ, ଖଇରା ଥାନା ପିତାପାଣିଆ ଗ୍ରାମର ସୁରେନ୍ଦ୍ର ମହାରଣାଙ୍କ ପୁଅ ସତ୍ୟଜିତ ମହାରଣା (୩୦ ବର୍ଷ) ଗତକାଲି ରାତିରେ ମେଲୋଡି ଦେଖିବାକୁ ସାଙ୍ଗମାନଙ୍କ ସହିତ ଓଝାପୋଖରି ଗ୍ରାମକୁ ଯାଇଥିଲେ। ତେବେ ଫେରିବା ବାଟରେ ସତ୍ୟଜିତଙ୍କର ମେଲୋଡି ହେଉଥିବା ସ୍ଥାନ ଠାରୁ ମାତ୍ର ୨ଶହ/୩ଶହ ବିଟର ଦୂରରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଖବରପାଇ ପରିବାର ଲୋକେ ଓ ପୁଲିସ ଘଟଣାସ୍ଥଳର ପହଞ୍ଚି ଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe