ଢେଙ୍କାନାଳ: ଛାତରୁ ପଡ଼ି ଶ୍ରମିକ ମୃତ

Advertisment
ଢେଙ୍କାନାଳ: ଛାତରୁ ପଡ଼ି ଶ୍ରମିକ ମୃତ

ଢେଙ୍କାନାଳ: ଆଜି ସକାଳେ ଷ୍ଟେସନବଜାର ଅଞ୍ଚଳରେ ନିର୍ମାଣାଧୀନ ଏକ ସୋ ରୁମ ଛାତରୁ ଖସି ପଡ଼ି ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଢେଙ୍କାନାଳ ଷ୍ଟେସନ ବଜାର ଅଞ୍ଚଳର କେଦାର ସାହୁଙ୍କର ଏକ ସୋ ରୁମ୍‌ ନିର୍ମାଣ କାର୍ଯ୍ୟ ଚାଲିଛି। ଆଜି ଏଠାରେ କାର୍ଯ୍ୟ କରୁଥିବା ବେଳେ ଡେଙ୍ଗୁବରେଣି ଛାଟିଆ ଗ୍ରାମର ସମୀର ବେହେରା(୨୪ ବର୍ଷ) ନାମକ ଜଣେ ଶ୍ରମିକ ଛାତ ଉପରୁ ଖସି ପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe