ଖୋର୍ଦ୍ଧା: ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଖୋର୍ଦ୍ଧା: ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଖୋର୍ଦ୍ଧା: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍‌କାରେ ଜରେ ବାେଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିିବା ଯୁବକ ଜଣକ ହେଉଛନ୍ତି ଦିଲୁ ସିଂହ( ୩୮ ବର୍ଷ) ଓ ତାଙ୍କ ଘର ଖୋର୍ଦ୍ଧା ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମରେ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଗୁରୁଜଙ୍ଗ ଗ୍ରାମର ଦିଲୁ ସିଂହ ନିଜ ବାଇକ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିିବା ବେଳେ ତାଙ୍କୁ ପଛପଟୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା।   ଦୁର୍ଘଟଣା ଘଟାଇ ଗାଡ଼ିିଟି ଫେରାର ହୋଇ ଯାଇଥିଲା। ଗୁରୁତର ଅବସ୍ଥାରେ ଶ୍ରୀ ସିଂହଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe