ଏମିତି ବି ଆସେ ମୃତ୍ୟୁ: ଦୋକାନ ପିଣ୍ଡାରେ ବସି ଖବରକାଗଜ ପଢୁଥିବା ବେଳେ ନିର୍ମାଣଧୀନ ପଥର ଗେଟ୍‌ ଖସି ଯୁବକଙ୍କ ମୃତ୍ୟୁ

ଏମିତି ବି ଆସେ ମୃତ୍ୟୁ: ଦୋକାନ ପିଣ୍ଡାରେ ବସି ଖବରକାଗଜ ପଢୁଥିବା ବେଳେ ନିର୍ମାଣଧୀନ ପଥର ଗେଟ୍‌ ଖସି ଯୁବକଙ୍କ ମୃତ୍ୟୁ

ଯାଜପୁର: ମୃତ୍ୟୁ କେତେବେଳେ କେଉଁଠି ଆସିବ ତାହା ସେହି ବିଧାତାଙ୍କୁ ହିଁ ଜଣା। ସୋମବାର ଅପରାହ୍ନରେ ବିରଜା ମନ୍ଦିର ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ଦୋକାନ ପିଣ୍ଡାରେ ବସି ଖବରକାଗଜ ପଢୁଥିବା ବେଳେ ବିରଜା ମନ୍ଦିର ନିକଟସ୍ଥ ବ୍ରହ୍ମକୁଣ୍ଡ ମୁଖଶାଳାରେ ନିର୍ମାଣଧୀନ ପଥର ଗେଟ୍‌ ଖସିପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ତୁଷାର କୁମାର ଷଡ଼ଙ୍ଗୀ। ଏବଂ ତାଙ୍କ ଘର ଯାଜପୁର ଜିଲ୍ଲା ଦେବୀଦ୍‌ାର ହରିପୁର ଗାଁରେ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସେଠାରେ ତାଙ୍କ ଶରୀରଅବସ୍ଥା ଶୋଚନୀୟ ହେବାରୁ ତୁଷାର କୁମାର ଷଡ଼ଙ୍ଗୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ କଟକ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ତୁଷାର ଆଜି ସକାଳେ ବିରଜା ମନ୍ଦିର ନିକଟସ୍ଥ ବ୍ରହ୍ମକୁଣ୍ଡ ମୁଖଶାଳାରେ ନିର୍ମାଣଧୀନ ପଥର ଗେଟ ପାଖରେ ଥିବା ଏକ ଦୋକାନ ପିଣ୍ଡାରେ ବସି ଖବରକାଗଜ ପଢୁଥିଲେ। ଏହି ସମୟରେ ନିର୍ମାଣାଧୀନ ଗେଟ୍‌ ଭାଙ୍ଗି ତାଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟଲୋକେ ସେଠାରେ ତାଙ୍କୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନା ନେଉଥିବା ବାଟରେ ତୁଷାର କୁମାର ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe