Representative image
ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ପଞ୍ଚାୟତ ଗୁନେଇଁମରା ଗ୍ରାମର ଏକ ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ଯାଜପୁର ଜିଲ୍ଲା ଦଳାର ତନ୍ମୟ କୁମାର ଜେନା (୫୦) ଙ୍କ ଆଜି ମୃତ୍ୟୁ ଘଟିଛି। ଶ୍ରୀ ଜେନା ସମ୍ପର୍କୀୟଙ୍କ ଘର ଗୁନେଇଁମରା ଗ୍ରାମର ବ୍ରଜ କିଶୋର ନାଏକଙ୍କ ଘରକୁ ଗତ ୫ ତାରିଖରେ ଆସିଥିଲେ। ଗାଧୋଇବା ପାଇଁ ଆଜି ପୋଖରୀକୁ ଯାଇଥିବା ବେଳେ ସେଠାରେ ବୁଡ଼ି ଯାଇଥିଲେ। ଲୋକମାନେ ଉଦ୍ଧାର କରି ଚିକିତ୍ସା ପାଇଁ ହରିଚନ୍ଦନପୁର ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା। ଏଏସଆଇ ରମେଶ ଚନ୍ଦ୍ର ଜେନା ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ।
Follow Us