new indian express
ରାଉରକେଲା : ନଦୀରୁ ମାଛ ଧରିବା କାଳ ହେଲା। ମାଛ ଧରୁଥିବାବେଳେ କୋଏଲ ନଦୀରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ସେକ୍ଟର-୧୮ର ରାଜେଶ ଗୁଡିଆ (୩୬)। ଝିରପାଣି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଛି। ଆଜି ଅପରାହ୍ନରେ ରାଜେଶ ସାଙ୍ଗମାନଙ୍କ ସହ କୋଏଲ ନଦୀକୁ ମାଛ ଧରିବାକୁ ଯାଇଥିଲେ। ନଦୀ ଭିତରେ ପଶି ମାଛ ଧରୁଥିବାବେଳେ ହଠାତ୍ ଗୋଡ ଖସିଯିବାରୁ ବୁଡି ନିଖୋଜ ହୋଇଯାଇଥିଲେ। ସାଙ୍ଗମାନେ ଏ ସଂକ୍ରାନ୍ତରେ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନଦୀ ଭିତରୁ ରାଜେଶର ଶବ ଉଦ୍ଧାର କରି ଝିରପାଣି ଥାନାକୁ ହସ୍ତାନ୍ତର କରିଥିଲେ।
Follow Us