GUE
ଢେଙ୍କିକୋଟ: ଘଟଗାଁ ବ୍ଲକ୍ ଭୋଳବେଡ଼ା ଗ୍ରାମ ହୁଣ୍ଡିବେଡ଼ା ବାଲିସାହିରେ ପୋଖରୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନାରଣ ମୁଣ୍ଡା (୫୫)। ଗତକାଲି ମଧ୍ୟାହ୍ନରେ ନାରଣ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ପାଣିରେ ବୁଡ଼ି ରହିବାରୁ ଲୋକେ ସନ୍ଦେହ କରିଥିଲେ।
ଖୋଜାଖୋଜି କରି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଘଟଗାଁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଢେଙ୍କିକୋଟ ଫାଣ୍ଡି ଏଏସ୍ଆଇ ସୁରଥ ଦେହୁରୀ ଶବ ଜବତ କରି ପାଟଣା ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
Follow Us