ରେତ ଜଳଭଣ୍ଡାରରେ ବୁଡ଼ି ଯୁବକ ନିଖୋଜ

Advertisment
ରେତ ଜଳଭଣ୍ଡାରରେ ବୁଡ଼ି ଯୁବକ ନିଖୋଜ

ରୁପ୍ରାରୋଡ଼: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଶାନ୍ତପୁର ପଞ୍ଚାୟତ ଢୁଶୁଗୁଡ଼ାରେ ଥିବା ରେତ ଜଳଭଣ୍ଡାରରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଥିବା ଜଣାପଡ଼ିଛି। ରେତ ଡ୍ୟାମ ବୁଲିବା ପାଇଁ ଭବାନୀପାଟଣାର କିଛି ଛାତ୍ରଛାତ୍ରୀ ଆଜି ସକାଳେ ଆସିଥିଲେ।

ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଡ୍ୟାମ ଭିତରକୁ ଖସି ପଡ଼ିଥିଲେ। ବୁଡ଼ି ଯାଉଥିବା ଦେଖି ଅନ୍ୟ ଛାତ୍ରମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ବିଫଳ ହୋଇଥିଲେ। ଖବରପାଇ ନର୍ଲା ଓ ଭବାନୀପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନଥିବା ଜଣାପଡ଼ିଛି। ନିଖୋଜ ଛାତ୍ର ଜଣକ ଭବାନୀପାଟଣାର ପଣ୍ଡା ଫଳ ଦୋକାନ ମାଲିକ ସୁଦାମ ପଣ୍ଡାଙ୍କ ପୁଅ ସାଲୁ ପଣ୍ଡା ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe