କରୋନା କାହାଣୀ: ତ୍ରୈଲୋକ୍ୟଙ୍କୁ ମାସ୍କ ଦେଇଛି ରୋଜଗାର

Advertisment
କରୋନା କାହାଣୀ: ତ୍ରୈଲୋକ୍ୟଙ୍କୁ ମାସ୍କ ଦେଇଛି ରୋଜଗାର

Sambad

ଗରଦପୁର: ଜଗନ୍ନାଥପୁର ଗ୍ରାମର ତ୍ରୈଲୋକ୍ୟ ଦାସ। ସିଲେଇ କାମ କରି ଜୀବିକା ନିବାର୍ହ କରନ୍ତି। ତ୍ରୈଲୋକ୍ୟ ପାଟକୁରା ବଜାରରେ ଏକ ଘର ଭଡ଼ା ନେଇ ସିଲେଇ କାମ କରି ଆସୁଥିଲେ। ବ୍ୟବସାୟ ଠିକ ଭାବେ ଚାଲି ନ ପାରିବାରୁ ଘର ଭଡ଼ା ଓ ବିଜୁଳି ବିଲ୍‌ ଦେଇ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇ ପଡ଼ିଲା। ଏହାସହିତ କରୋନା ବି ଦାଉ ସାଧିଲା। ସ୍ତ୍ରୀ, ଦୁଇ ଝିଅ ଏବଂ ଗୋଟିଏ ପୁଅଙ୍କୁ ନେଇ ୫ ଜଣିଆ ପରିବାର ଚଳାଇବା କଷ୍ଟ ହେବାରୁ ସେ ନିଜ ଗାଁ ଜଗନ୍ନାଥପୁରକୁ ଫେରି ଆସିଲେ।

ଗାଁ ଘରେ ରହିବା ସହିତ ସେଠାରେ ସିଲେଇ କାମ ଆରମ୍ଭ କଲେ। ବ୍ୟାଗ୍, ଛୋଟମୋଟ ସିଲେଇ ଓ ମରାମତି କାମ କରି ପରିବାରର ଗୁଜୁରାଣ ମେଂଟାଇଲେ। କରୋନା ପ୍ରକୋପ ବଢିବାରୁ ଗ୍ରାମାଂଚଳର ଲୋକମାନେ କ୍ରମେ ସଚେତନ ହେଲେ। ମାସ୍କ ପିନ୍ଧିବା ଚାହିଦା ବୃଦ୍ଧି ପାଇଲା। ମାସ୍କ ବ୍ୟବହାର ପାଇଁ ସରକାରୀ ଚାପ ବଢିଲା। ଏହାକୁ ଲକ୍ଷ୍ୟ କରି ବର୍ଷେ ହେଲା ତ୍ରୈଲୋକ୍ୟ ମାସ୍କ ତିଆରି କରିବାରେ ଲାଗି ପଡ଼ିଛନ୍ତି। ଭଳିକି ଭଳି ମାସ୍କ ତିଆରି କରୁଛନ୍ତି। ସମ୍ବଲପୁରୀ କପଡ଼ାଠାରୁ ଆରମ୍ଭ କରି ରଙ୍ଗବେରଙ୍ଗ କପଡ଼ାରେ ସେ ମାସ୍କ ତିଆରି କରି ବିକ୍ରୟ କରୁଛନ୍ତି ତ୍ରୈଲୋକ୍ୟ। ଦୋକାନୀମାନେ ତାଙ୍କ ଘରକୁ ଆସି ମାସ୍କ କିଣି ନେଉଛନ୍ତି। ଫଳରେ ସେ ଦୁଇ ପଇସା ରୋଜଗାର କରୁଛନ୍ତି। ଏହି ସୀମିତ ରୋଜଗାରକୁ ସମ୍ବଳ କରି ସେ ମଧ୍ୟ ଝିଅକୁ ବିବାହ ଦେବାକୁ ସକ୍ଷମ ହୋଇଛନ୍ତି। ସରକାରୀ ପ୍ରୋତ୍ସାହନ ମିଳିଲେ, ଏହି ବ୍ୟବସାୟକୁ ଆହୁରି ଆଗକୁ ନେଇ ପାରନ୍ତେ ବୋଲି ସେ କହିଛନ୍ତି।

ପ୍ରଥମ ଲହର ଥମି ଆସୁଥିଲା। ଅଣ୍ଟା ସଳଖି ଛିଡ଼ା ହେଲା ବେଳକୁ ମହାମାରୀର ଦ୍ବିତୀୟ ଲହର ବିଭୀଷିକା ସାଜି ମାଡ଼ି ଆସିଲା । ପୁଣି ତଳିତଳାନ୍ତ କରିଦେଲା ଗରିବ, ମଧ୍ୟବିତ୍ତଙ୍କୁ। ଭାତହାଣ୍ଡି ଉଜାଡ଼ିଦେଲା। ଛଡ଼ାଇ ନେଲା ଜୀବନ, ଜୀବିକା ବି। ସବୁଠି ପୀଡ଼ା, ବେଦନା, କଷଣ ଆଉ ଯନ୍ତ୍ରଣାର ଛାପ। ଆପଣାର ମଣିଷକୁ ହରାଇ କାହା ଛାତିରେ କୋହ ତ ଦାନା ଗଣ୍ଡେ ପାଇଁ ଆଉ କୋଉଠି ଅହରହ ସଂଘର୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe