ବେକରେ ଗାମୁଛା ଦେଇ ଆତ୍ମହତ୍ୟା

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ସଦର ମହକୁମା ଅନ୍ତର୍ଗତ ଜାଗେସପଦର ଇନ୍ଦିରା କଲୋନିପଡ଼ାର ପରମେଶ୍ବର ମାଝୀ (୫୦) ନିଜ ବେକରେ ଗାମୁଛା ବାନ୍ଧି ଏକ ବରଗଛରେ ଆତ୍ମହତ୍ୟା କରିଛନ୍ତି। ସେ ଗତ ଶନିବାର ଘରୁ ବାହାରି ଆଉ ଫେରି ନଥିଲେ। ସୋମବାର ଥୁଆମୂଳ ପୁଲିସ ଶବ ଜବତ କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ମୃତକଙ୍କ ବଡ଼ ଭାଇ ରେଙ୍ଗଟୁ ମାଝୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଏସ୍‌ଆଇ ରାସବିହାରୀ ସା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe