ଅନୁଗୁଳ: ଯୁବକଙ୍କୁ ହତ୍ୟା ଅଭିଯୋଗ

Advertisment
ଅନୁଗୁଳ: ଯୁବକଙ୍କୁ ହତ୍ୟା ଅଭିଯୋଗ

ପାଇକସାହି( ଅନୁଗୁଳ): ଆଜି ସକାଳେ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ସାନଓଲା-ପାଇକସାହିର ରାସ୍ତାର ବରହମ ଗାଁ ନିକଟରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୁଲିସ ଜବତ କରିଛି। ଯୁବକଙ୍କ ନାମ ଗୋପାଳ ନାୟକ(୪୫ ବର୍ଷ) ଓ ତାଙ୍କର ଘର ବନଦାଦର ଗ୍ରାମରେ। ଗୋପାଳଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗୋପାଳ ଗତକାଲି ଅପରାହ୍‌ଣରେ ବରହମ ଗାଁକୁ ଯାଇଥିଲେ। ମାତ୍ର ରାତିରେ ଆଉ ଘରକୁ ଫେରି ନ ଥିଲେ। ଆଜି ମୃତଦେହ ନିକଟରେ ତାଙ୍କ ସାଇକେଲ ପଡ଼ିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe