ପୁରୀ: ଜଙ୍ଗଲରେ ପଡ଼ିଛି ଅଜଣା ଯୁବକଙ୍କ ମୃତଦେହ

Advertisment
ପୁରୀ: ଜଙ୍ଗଲରେ ପଡ଼ିଛି ଅଜଣା ଯୁବକଙ୍କ ମୃତଦେହ

ପୁରୀ: ପୁରୀ ଜିଲ୍ଲା ପେଣ୍ଠକଟା ସାମୁଦ୍ରକ ଥାନା ଅନ୍ତର୍ଗତ ବାଲିଗୁହାଳି ଗାଁ ନିକଟସ୍ଥ ଜଙ୍ଗଲ ଭିତରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଆଜି ଠାବ କରାଯାଇଛି। ବନବିଭାଗ କର୍ମଚାରୀ ମାନେ ମୃତଦେହ ପଡ଼ିଥିବା ସୂଚନା ପାଇବା ପରେ ଏ ନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବାଲିଗୁହାଳି ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲ ଭିତରେ ଜଣେ ୪୦/୪୨ ବର୍ଷ ବୟସର ଯୁବକଙ୍କ ମୃତଦେହ ବନବିଭାଗ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ରୁଗ୍‌ଣ ଚେହେରାର ଏହି ଯୁବକ ଜଣକ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ବେଳେ ତାଙ୍କ ମୃତଦେହ ନିକଟରେ କିଛି ଟାବ୍‌ଲେଟ୍‌ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମ୍ଭବତଃ ଯୁବକଜଣକ ଗତକାଲଇ ଠାରୁ ମୃତ୍ୟୁବରଣ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାହା ଜାଣିବା ପାଇଁ ମୃତଦେହ ବ୍ୟବଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe