ପୁରୀ: ମୁକ୍ତାକାଶ ରଙ୍ଗମଞ୍ଚରୁ ଅଜଣା ଯୁବକଙ୍କ ମୃତଦେହ ଠାବ

Advertisment
ପୁରୀ: ମୁକ୍ତାକାଶ ରଙ୍ଗମଞ୍ଚରୁ ଅଜଣା ଯୁବକଙ୍କ ମୃତଦେହ ଠାବ

ପୁରୀ:  ପୁରୀ ସହରର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଜଣେ ଯୁବକଙ୍କ ମୃତଦେହ ଆଜି ସକାଳୁ ଠାବ କରାଯାଇଛି। ଯୁବକଙ୍କ ପାଖରେ କୌଣସି କାଗଜପତ୍ର ନ ଥିବାରୁ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସନ୍ଦେହ ପ୍ରକାଶ ପାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମୁକ୍ତାକାଶ ରଙ୍ଗମଞ୍ଚରେ ଜଣେ ୩୪/୩୫ ବର୍ଷିୟ ଯୁବକଙ୍କ ମୃତଦେହ ପଡ଼ିଥିବା ପୁଲିସକୁ ସୂଚନା ମିଳିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଯୁବକଙ୍କ ମୃତଦେହ ପାଖରେ କେବଳଏକ କାଗଜ ପଡ଼ିଥିଲା, ଯେଉଁଥିରେ ଚୌଦ୍ୱାର, ଓ୍ଵାର୍ଡ ନମ୍ବର ୧୨ ବୋଲି ଲେଖାଯାଇଛି। ତେବେ ଯୁବକଙ୍କ ପାଖରେ  ଅନ୍ୟ କୌଣସି କାଗଜପତ୍ର ମିଳିନାହିଁ। ମନିପର୍ସ ଠାରୁ ଅନ୍ୟ ସମସ୍ତ ସାମଗ୍ରୀ ଗାଏବ ହୋଇଥଇିବାରୁ ଏହି ଘଟଣା ପଛରେ  ଲୁଟେରାମାନଙ୍କ ହାତ ଥିବା ସନ୍ଦେହ କରାଯାଉଛି।  ବିଶେଷ କରି ରାତିବେଳେ ଏହି ଅଞ୍ଚଳରେ ଲୁଟେରା ମାନଙ୍କ ପାର୍ଦୁଭାବ ବୃଦ୍ଧି ପାଉଥିବାରୁ ପୁଲିସ ବିଭିନ୍ନ ଦିଗକୁ ସନ୍ଦେହ କରୁଛି। ଏହା ଏକ ଆତ୍ମହତ୍ୟା ଘଟଣା କିମ୍ବା ହତ୍ୟା ଘଟଣା ତାହା ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe