ରାୟଗଡ଼ା: ଗତ ଶନିବାର ଠାରୁ ନିଖୋଜ ଥିବା ରାୟଗଡ଼ା ଜିଲ୍ଲା କୋଲନାରା ବ୍ଲକ୍ ଅନ୍ତର୍ଗତ ତାରପଲ୍ଲୀ ଗ୍ରାମର ଜଗବନ୍ଧୁ ହିକ୍କାଙ୍କ ଗଳିତ ମୃତଦେହ ବିଷମକଟକ ବ୍ଲକ୍ର ଜଚୁପାଲି ଗ୍ରାମ ନିକଟ ଜଙ୍ଗଲରୁ ଜବତ କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିିବା ସନ୍ଦେହ କରାଯାଉଛି। ପୁଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାର ତଦନ୍ତ କରୁଛି ।
ଗତକାଲି ରାତିରେ ଯଚୁପାଲି ଜଙ୍ଗଲରେ ଜଗବନ୍ଧୁଙ୍କ ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ। ପରେ ଏ ନେଇ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିିଲେ।
ରାୟଗଡ଼ା: ଜଙ୍ଗଲରୁ ଯୁବକଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ
Advertisment
Follow Us