ବଳଙ୍ଗା: ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ ମୃତଦେହ ଠାବ, ହତ୍ୟା ସନ୍ଦେହ

Advertisment
ବଳଙ୍ଗା: ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ ମୃତଦେହ ଠାବ, ହତ୍ୟା ସନ୍ଦେହ

ବଳଙ୍ଗା: ଆଜି ସକାଳୁ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଭାଣପୁର ଗର୍ଶରେ ବାଦଲ ମହାନ୍ତିଙ୍କ ଘର ପଛପଟେ ସେହି ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତି(୨୪ ବର୍ଷ)ଙ୍କର ରକ୍ତ ଜୁଡ଼ୁବୁଡ଼ ମୃତଦେହ ଠାବ କରାଯାଇଛି। ତେବେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ବିରଞ୍ଚିଙ୍କୁ ହତ୍ୟା କରାଯାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।
ପୁଲିସ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ବିରଞ୍ଚି ବାଦଲଙ୍କ ଘରେ ପଶିଥିଲେ। ତାଙ୍କୁ ଧରି ବାଦଲ ଗାଁ ଲୋକଙ୍କୁ ଡ଼ାକିବାକୁ ଉଦ୍ୟମ କରିବା ବେଳେ ବିରଞ୍ଚି ଛାତ ଉପରକୁ ଦୌଡ଼ିଯାଇ ତଳକୁ ଡେଇଁ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe