ବ୍ରଜରାଜନଗର: ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ବ୍ରଜରାଜନଗର: ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉଇଲଗା ଜଙ୍ଗଲରେ ଥିବାଏକ ଆମ୍ବ ଗଛରେ ଆଜି ସକାଳେ ଜଣେ ଯୁବକଙ୍କ  ଝୁଲନ୍ତା ଶବ ଠାବ କରାଯାଇଛି।  ମୃତ ଯୁବକଙ୍କ  ପରିଚୟ ଜଣାପଡ଼ି ନ ଥିବା ବେଳେ  ମୃତଦେହ ଝୁଲୁଥିବା ସ୍ଥାନ ଠାରୁ ଅଳ୍ପ ଦୂରରେ ଓଆର ୦୨ ବି ଇ ୪୭୦୯ ନମ୍ବର ବିଶିଷ୍ଟ ଏକ ମୋଟର ସାଇକେଲ ରହିଛି। ସେହିିପରି ନିକଟରେ ଏକ ବ୍ୟାଗ୍‌ ମଧ୍ୟ ପଡ଼ିଛି।  ଯୁବକ ଜଣକ ସୁନ୍ଦରଗଡ଼ ଜିଲ୍ଲାରେ ନିର୍ମାଣାଧିନଏନଟିପିସିରେ ଜଣେ ଠିକା ଶ୍ରମିକ ହୋଇଥାଇ ପାରନ୍ତି ବୋଲି  ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ତେବେ ଏ ନେଇ ପୁଲିସକୁ ସୂଚନା ଦିଆଯାଇଥିଲେ ମଧ୍ୟ ଖବର ଲେଖାଯିବା ପର୍ଯ୍ୟନ୍ତ  ପୁଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe