କନ୍ଧମାଳ: ଗୁଣିଗାରେଡିରୁ ଗୁଳିମାଡ଼, ବୃଦ୍ଧ ଗୁରୁତର

Advertisment
କନ୍ଧମାଳ: ଗୁଣିଗାରେଡିରୁ ଗୁଳିମାଡ଼, ବୃଦ୍ଧ ଗୁରୁତର

କନ୍ଧମାଳ: ଗତକାଲି ବିଳମ୍ବିତ ରାତିରେ ଗୁଣିଗାରେଡିକୁ ସନ୍ଦେହ କରି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ବାଘାପଦର ଗାଁରେ ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ଦିବାକର କହଁର ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବାଘାପଦର ଗାଁର ଦିବାକର କହଁର ସ୍ଥାନୀୟ ଅଞ୍ଚଳରେ ଜଣେ ଗୁଣିଆ ବୋଲି ଜଣାଶୁଣା ।ସେ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ନିଜ ଘର ଆଗରେ ଏକ ଦଉଡ଼ିଆ ଖଟିଆରେ ଶୋଇଥିିବା ବେଳେ ହଠାତ ଗୁଳି ଶବ୍ଦ ହୋଇଥିଲା। ଦିବାକରଙ୍କ ପୁଅ ବାହାରକୁ ଆସି ଦେଖିବାବେଳକୁ ତାଙ୍କ ବାପାଙ୍କ ପେଟରୁ ଧାରଧାର ହୋଇ ରକ୍ତ ବୋହୁଛି ଓ ସେଠାରେ ବାରୁଦ ଗନ୍ଧ ଆସୁଛି। ତେଣୁ ବାପାଙ୍କୁ ଗୁଳିମାଡ଼ ହୋଇଥିବା ଜାଣି ସେ ସଙ୍ଗେସଙ୍ଗେ ତାଙ୍କୁ ଧରି ଡାକ୍ତରଖାନା ଯାଇ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଏ ନେଇ ଗୋଛାପଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଗ୍ରାମର ଲିଙ୍ଗରାଜ କହଁର ଦିବାକରଙ୍କୁ ଗୁଳିମାଡ଼ କରିଥିବା ଥାନାରେ ଅଭିଯୋଗ ହୋଇଛି। ଗୁଣିଗାରେଡିକୁ ନେଇ ଏହି ଗୁଳିମାଡ଼ ହୋଇଥିିବା କୁହାଯାଉଥିବା ବେଳେ ଜମିବାଡ଼ି ବିବାଦରୁ ଏପରି ଗୁଳିମାଡ଼ ହୋଇଥିବା ମଧ୍ୟ ଆଲୋଚନା ହଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe